ଏଆଇଆଇବି ଅଧ୍ୟକ୍ଷଙ୍କୁ ଭେଟିଲେ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ, ନିବେଶ ବଢ଼ାଇବାକୁ ଅନୁରୋଧ
କାଠମାଣ୍ଡୁ, ୨୮ ସେପ୍େଟମ୍ବର (ହି.ସ.)- ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଂଟ ବ୍ୟାଙ୍କ (ଏଆଇଆଇବି)ର ବୋର୍ଡ ଅଫ୍ ଗଭର୍ନର୍ସର ୧୧ତମ ବାର୍ଷିକ ବୈଠକରେ ଯୋଗଦେବା ପାଇଁ ଦୋହାରେ ପହଂଚିଥିବା ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ ବ୍ୟାଙ୍କର ଅଧ୍ୟକ୍ଷ ଜୁ ଜିଆୟୀଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟ
ଏଆଇଆଇବି ଅଧ୍ୟକ୍ଷଙ୍କୁ ଭେଟିଲେ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ, ନିବେଶ ବଢ଼ାଇବାକୁ ଅନୁରୋଧ


କାଠମାଣ୍ଡୁ, ୨୮ ସେପ୍େଟମ୍ବର (ହି.ସ.)- ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଂଟ ବ୍ୟାଙ୍କ (ଏଆଇଆଇବି)ର ବୋର୍ଡ ଅଫ୍ ଗଭର୍ନର୍ସର ୧୧ତମ ବାର୍ଷିକ ବୈଠକରେ ଯୋଗଦେବା ପାଇଁ ଦୋହାରେ ପହଂଚିଥିବା ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ ବ୍ୟାଙ୍କର ଅଧ୍ୟକ୍ଷ ଜୁ ଜିଆୟୀଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ନେପାଳରେ ବ୍ୟାଙ୍କର ନିବେଶ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରେ ପୁନର୍ନିର୍ମାଣ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ବୈଠକରେ ଅର୍ଥମନ୍ତ୍ରୀ ୱାଗ୍ଲେ ନେପାଳରେ ଏଆଇଆଇବିର ନିବେଶ ବିସ୍ତାର କରିବା, ପ୍ରାକୃତିକ ବିପର୍ଯ୍ୟୟ ପରେ ପୁନର୍ନିର୍ମାଣରେ ସହଯୋଗ କରିବା ଏବଂ ରିଆୟତି ଆର୍ôଥକ ସୁବିଧା ପାଇବାର ସୁଯୋଗ ବଢ଼ାଇବାକୁ ଅନୁରୋଧ କରିଥିଲେ। ବୈଠକ ସମୟରେ ଅର୍ଥମନ୍ତ୍ରୀ ୱାଗ୍ଲେ ଏଆଇଆଇବି ଅଧ୍ୟକ୍ଷ ଜୁ ଜିଆୟୀଙ୍କୁ ୨୦୨୬ ମଧ୍ୟରେ ନେପାଳ ଆସିବାକୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ।

ଏଆଇଆଇବି ଅଧ୍ୟକ୍ଷ ଜୁ ଜିଆୟୀ ନେପାଳରେ ଆସିଥିବା ସମ୍ପ୍ରତିର ବିନାଶକାରୀ ବନ୍ୟାରେ ନେପାଳରେ ହୋଇଥିବା ଜନଜୀବନ ଓ ସମ୍ପତିର କ୍ଷତି ପାଇଁ ଗଭୀର ସମବେଦନା ପ୍ରକାଶ କରିଥିଲେ। ସେ ବିପର୍ଯ୍ୟୟ ପରେ ଦୃଢ଼ ଏବଂ ସ୍ଥାୟୀ ପୁନର୍ନିର୍ମାଣ ପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ସମ୍ଭବ ସହଯୋଗର ଆଶ୍ୱାସନ ଦେଇଥିଲେ। ଏଆଇଆଇବି ଅଧ୍ୟକ୍ଷ ନେପାଳର ଆର୍ôଥକ ବିକାଶରେ ନିରନ୍ତର ସହଯୋଗ ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ।

ସେ କହିଥିଲେ ଯେ ବ୍ୟାଙ୍କର ପ୍ରୋଜେକ୍ଟ ପ୍ରିପାରେସନ୍ ସ୍ପେଶାଲାଇଜ୍ଡ ଫଣ୍ଡ ମାଧ୍ୟମରେ ପ୍ରକଳ୍ପଗୁଡ଼ିକର ପ୍ରସ୍ତୁତି ପାଇଁ ଅନୁଦାନ ସହାୟତା ଉପଲବ୍ଧ କରାଯିବ। ସେ କହିଥିଲେ ଯେ ଏହି ବିଶେଷ ପାଣ୍ଠି ଅଧୀନରେ ମିଳୁଥିବା ଅନୁଦାନର ବ୍ୟବହାର କରି ନେପାଳକୁ ଏଆଇଆଇବି ଦ୍ୱାରା ଦିଆଯିବାକୁ ଥିବା ଋଣ ସମ୍ଭବତଃ ସବୁଠାରୁ ରିଆୟତି ସୁଧ ହାରରେ ଉପଲବ୍ଧ କରାଯାଇପାରିବ।

--------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande