ସମାସିଂହାରେ ନୂଆଁଖାଇ ଭେଟଘାଟ
Nuakhai Bhetghat in samasingha
ସମାସିଂହାରେ ନୂଆଁଖାଇ ଭେଟଘାଟ


ଝାରସୁଗୁଡ଼ା, 28 ସେପ୍ଟେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସମାସିଂହା ଗ୍ରାମରେ ନୂଆଁଖାଇ ଭେଟଘାଟ ମହାସମାରୋହରେ ରେ ପାଳିତ ହୋଇଯାଇଛି l ପ୍ରଗତି ସଂଘ ଆନୁକୂଲ୍ୟରେ ଦୁର୍ଗା ମନ୍ଦିର ମଣ୍ଡପ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରଥମେ ମା ସମଲେଇ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ କ୍ଷୀରୋଦ୍ର ପୂଝାରୀ ପୂଜକ ଦାୟିତ୍ଵ ତୁଲାଇଥିଲେ l ପୂଜା ପରେ ପ୍ରଗତି ସଂଘ ସଭାପତି ମନୋଜ କାଲୋ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଗ୍ରାମର ବରିଷ୍ଠ ନାଗରିକ ତୁଲାରାମ ସେନାପତି, ଚେତାନନ୍ଦ ପଟେଲ, କରୁଣାକର ସେଟ, ଗୁରୁଚରଣ ସାହୁ, ମଦନ ମୋହନ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରାମରେ ନୂଆଁଖାଇ ମାଧ୍ୟମରେ ଏକତା ଭାବ ରଖିବାକୁ ଆହ୍ୱାନ ଦେଇଥିଲେ l ଏ ଅବସରରେ ଗ୍ରାମର ବାଳକ ବାଳିକା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ମନୋଜ କାଲୋ ଓ ଟଙ୍କଧର କୁଆ ମଞ୍ଚ ପରିଚାଳନା କରିଥିଲେ l ସଂଘର କୋଷାଧ୍ୟକ୍ଷ ଯୋଗେଶ୍ୱର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ସଂଘର ସମ୍ପାଦକ ପ୍ରକାଶ ସାହୁ, ସଦସ୍ୟ ସରୋଜ ପଟେଲ, ବିଜୟ ନାଏକ, ହେମନ୍ତ ସାହୁ, ରିତେଶ ସାହୁ, ଅଜିତ ସେନାପତି, ରଞ୍ଜିତ ପଟେଲ, ଗୌର ପଣ୍ଡା, ମହନ ସାହୁ ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande