

ବଲାଙ୍ଗିର, 28 ସେପ୍ଟେମ୍ବର (ହି.ସ.)ଗୁଜୁରାଟ ର ବଡୋଦରା ସହର ରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀ (ଜୁହାର ପରିବାର ଭଡୋଦରା ର ସଦସ୍ୟ ବୃନ୍ଦ) ତାଙ୍କର ମହାନ ଗଣପର୍ବ ନୁଆଁଖାଇ ପର୍ବ ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ କରିଥିଲେ I ପଡିଆ ବାହାଲ, ସମ୍ବଲପୁର ଜିଲ୍ଲା ର ଖ୍ୟାତନାମା ଅନୁଷ୍ଠାନ ସ୍ୱୟଂ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କର ସମ୍ବଲପୁରୀ ଗୀତ ବାଦ୍ୟ ଓ ନାଚ ରେ ସଭିଏଁ ଝୁମିଉଠି ଥିଲେ | ଦର୍ଶକ ବୃନ୍ଦ, ଜୁହାର ପରିବାର ଭଡୋଦରା ର କୁନି କଳାକାର ସୁଶ୍ରୀ ଶ୍ରେୟା ସମାୟା ପଟେଲ ଙ୍କର ସମ୍ବଲପୁରୀ ନୃତ୍ୟ ର ଭୁରି ଭୁରି ପ୍ରଂଶସା କରିଥିଲେ | ସମ୍ବଲପୁରୀ ହସ୍ତ ତନ୍ତ୍ର ର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ I ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟ ର ଭୁୟସି ପ୍ରଶଂସା କରି ଥିଲେ I
ଏହି ପର୍ବ ପାଳନ କରିବା ପାଇଁ ଓଡିଶା ସରକାର ତଥା ଓଏନଜିସି ସହଯୋଗ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ