ପୁଇଁନ୍ତଲା ବୀଣାପାଣି ହାଇସ୍କୁଲରେ ଭାଗବତ ଜନ୍ମ ଓ ଗଙ୍ଗାଧର ମେହେର ଜୟନ୍ତି ପାଳନ
ବଲାଙ୍ଗିର, 28 ସେପ୍ଟେମ୍ବର (ହି.ସ.) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ବଲାଙ୍ଗିର ପୁଇଁନ୍ତଲା ବୀଣାପାଣି ହାଇସ୍କୁଲ ରେ ଭାଗବତ ଜନ୍ମ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସମ୍ପନ୍
ପୁଇଁନ୍ତଲା ବୀଣାପାଣି ହାଇସ୍କୁଲରେ ଭାଗବତ ଜନ୍ମ ଓ ଗଙ୍ଗାଧର ମେହେର ଜୟନ୍ତି ପାଳନ


ବଲାଙ୍ଗିର, 28 ସେପ୍ଟେମ୍ବର (ହି.ସ.) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ବଲାଙ୍ଗିର ପୁଇଁନ୍ତଲା ବୀଣାପାଣି ହାଇସ୍କୁଲ ରେ ଭାଗବତ ଜନ୍ମ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା । ଦୀପମନ୍ତ୍ର ପାଠ ସହ କିଛି ଅଭିଭାଷଣ ରଖିଥିଲେ ରଶ୍ମୀ ପାତ୍ର ଏବଂ ଭକ୍ତି ଗୀତରେ ପରିବେଶକୁ ଆନନ୍ଦମୟ କରି ଦେଇଥିଲେ କବି ରାମ ଶଙ୍କର ଶତପଥି । ପରିଷଦର ବିବରଣୀ ପଠନ କରିଥିଲେ ସଭାପତି ଡ. ଭବାନୀ ଶଙ୍କର ପଟେଲ । ଭାଗବତ ଜନ୍ମକୁ ନେଇ ବକ୍ତବ୍ୟ ରଖିଥିଲେ ନାରାୟଣ ମିଶ୍ର । ସେ ଭାଗବତ ର ତତ୍ତ୍ୱଜ୍ଞାନ କୁ ନେଇ ପିଲାଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ପୁରସ୍କାର ମଧ୍ୟ ଦେଇଥିଲେ । ଗଙ୍ଗାଧର ମେହେରଙ୍କ କାନ୍ୟରେ ନାରୀ ଚରିତ୍ର ଚିତ୍ର କରିଥିଲେ ବକ୍ତା ଚୁମ୍କି ଦାଶ । ସେ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତି ଏବଂ କୀଚକ ବଧ ର ସାର ମର୍ମକୁ ଉପସ୍ଥାପନ କରିଥିଲେ । ନିର୍ଦ୍ଦେଶକ ଓ ପରିଚାଳକ ଅଶୋକ କୁମାର ମେହେର, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ଦ୍ୱାରୀ, ପ୍ରଧାନ ଶିକ୍ଷକ ମାନସ ପ୍ରଧାନ, ମଂଚ ପରିଚାଳନା ରେ ଅବିନାଶ ବାରିକ, ସହଯୋଗୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସୁରେଶ ପ୍ରଧାନ, ମନୋଜ ଭୋଇ, ଶୁଭଶ୍ରୀ ବିଶ୍ୱାଳ, ନିରୁପମା ବଘାର, ସ୍ମୃତିମୟୀ ପ୍ରଧାନ, ସୋହାଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଗୀତ ରେ ସୁଭଦ୍ରା ବିଶ୍ୱାଳ, ରେଣୁକା ବୁଡେକ, ତନୁସ୍ମିତା ପୃଷ୍ଟି, ଜ୍ୟୋତିର୍ମୟୀ ସାହୁ, ରଞ୍ଜୁ ତାଣ୍ଡି ପ୍ରମୁଖ ରହିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଳିଷ୍ଠ ପ୍ରଧାନ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande