ମୃତ୍ୟୁ ବି ଏମିତି ଆସେ, ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ୍ୟୁ
ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଆଜି ସକାଳେ ୯.୩୦ ସମୟ ରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ରେ ଜଣେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ଦୁର୍ଘଟଣା ରୁ ବର୍ତୀ ଯାଇଛନ୍ତି। ମୃତ୍ୟୁ ଶିକ୍ଷୟିତ୍ରୀ ଙ୍କ ନାମ ଲୋପାମୁଦ୍ରା ମିଶ୍ର। ସୂଚନା ଅନୁଯାୟୀ
SADAK DURGHATANA RE SIKHYAYATRI MRUTYU


ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଆଜି ସକାଳେ ୯.୩୦ ସମୟ ରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ରେ ଜଣେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ଦୁର୍ଘଟଣା ରୁ ବର୍ତୀ ଯାଇଛନ୍ତି। ମୃତ୍ୟୁ ଶିକ୍ଷୟିତ୍ରୀ ଙ୍କ ନାମ ଲୋପାମୁଦ୍ରା ମିଶ୍ର। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ୍ କୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଲୋପାମୁଦ୍ରା ନିଜ ପୁଅ ଙ୍କ ସହିତ ଋଠ ସ୍କୁଟିରେ ସ୍କୁଲ କୁ ଯାଉଥିବା ବେଳେ ମନ୍ଦାରୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ବୁଲା କୁକୁର ହଠାତ୍ ସ୍କୁଟି ଆଡ଼କୁ ଆସିଯିବାରୁ ଭାରସାମ୍ୟ ହରାଇଥିଲେ ସ୍କୁଟି ଚାଳକ। ସ୍କଟି ଚାଳକ ଙ୍କ ସହ ଶିକ୍ଷୟିତ୍ରୀ ଜଣଙ୍କ ରାସ୍ତା କୁ ଛିଟିକି ପଡ଼ିଥିଲେ। ମୁଣ୍ଡ ରେ ଗୁରୁତର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ ଶିକ୍ଷୟିତ୍ରୀ ଲୋପାମୁଦ୍ରା । ତୁରନ୍ତ ସ୍ଥାନୀୟ ଲୋକେ ଶିକ୍ଷୟିତ୍ରୀ ଙ୍କୁ ବାସୁଦେବ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେହେ ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ। ଘଟଣା କୁ ନେଈ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଲୋପାମୁଦ୍ରା ସ୍ଥାନୀୟ ବାସୁଦେବ ପୁର ପୈରପାଳିକା ଅନ୍ତର୍ଗତ ଭୈରବ ପୁର ଅଂଚଳ ର ବୋଲି ଯଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande