
ଶ୍ରୀନଗର, ସେପ୍ଟେମ୍ବର 28 (ହି.ସ): ଜାମ୍ମୁ-କାଶ୍ମୀର ବିଧାନସଭା ସୋମବାର ଏକ ସଂକଳ୍ପ ପାରିତ କରି ଭାରତ ସରକାରଙ୍କୁ ତୁରନ୍ତ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇ ଆଣିବାକୁ ଦାବି କରିଛି।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଭାରତ ସରକାର ତୁରନ୍ତ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରନ୍ତୁ, ଯାହାଦ୍ୱାରା ଏହାକୁ ଭାରତ ସରକାରଙ୍କ ନିକଟକୁ ପଠାଯାଇପାରିବ। ଏହି ପ୍ରସ୍ତାବ ଉପରେ ମତଦାନ ଚାଲିଥିବା ବେଳେ ବିଜେପି ବିଧାୟକମାନେ ଗୃହ ବାହାରକୁ ଚାଲି ଯାଇଥିଲେ।
ଦିନର ନିର୍ଦ୍ଧାରିତ କାର୍ଯ୍ୟ ଶେଷ ହେବା ପରେ ଗୃହକୁ ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ମଙ୍ଗଳବାର ଦିନ ବୈଠକ ହେବ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା