ରକ୍ତତୀର୍ଥ ତୁଡ଼ିଗଡ଼ିଆଠାରେ ଶହୀଦ ଦିବସ ପାଳିତ
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ବାଲେଶ୍ୱର ଜିଲ୍ଲାର ଐତିହାସିକ ରକ୍ତତୀର୍ଥ ତୁଡ଼ିଗଡ଼ିଆଠାରେ ପାଳିତ ଶହୀଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ଅବସରରେ ମନ୍ତ୍ରୀ କହିଥିଲେ ୧୯୪୨ ସେପ୍ଟେମ୍ବର ୨୮ର ସେହି ସାହସିକ ସଂଗ୍ରାମ, ଶଙ୍ଖଧ୍ୱନିର ଆହ୍ୱାନ
tuj


ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ବାଲେଶ୍ୱର ଜିଲ୍ଲାର ଐତିହାସିକ ରକ୍ତତୀର୍ଥ ତୁଡ଼ିଗଡ଼ିଆଠାରେ ପାଳିତ ଶହୀଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ଅବସରରେ ମନ୍ତ୍ରୀ କହିଥିଲେ ୧୯୪୨ ସେପ୍ଟେମ୍ବର ୨୮ର ସେହି ସାହସିକ ସଂଗ୍ରାମ, ଶଙ୍ଖଧ୍ୱନିର ଆହ୍ୱାନ ଏବଂ ଗୋରା ପୋଲିସର ଗୁଳିକୁ ଛାତି ପାତି ସହିଥିବା ଅମର ଶହୀଦ ରଘୁ ବେହେରା, ମକର ଲେଙ୍କା, କେଳୁ ସାହୁଙ୍କ ବୀରତ୍ୱକୁ ଶତ କୋଟି ପ୍ରଣାମ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ , ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଶହୀଦଙ୍କ ଦାୟଦମାନେ ସେହି ମହାନ ଦେଶପ୍ରେମୀଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande