
କନ୍ଧମାଳ , ୨୮ ସେପ୍ଟେମ୍ବର (ହି.ସ.) ସମ୍ପାଦକ କୈଳାସ ଚନ୍ଦ୍ର ଧଳଙ୍କ ଦ୍ୱାରା ଫୁଲବାଣୀରୁ ପ୍ରକାଶିତ ଶିଶୁ ପତ୍ରିକା ସ୍ଥାନୀୟ ପବ୍ଲିକ ସ୍କୁଲଠାରେ ଆୟୋଜିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ କନ୍ଧମାଳର ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ଯୋଗଦେଇ କନ୍ଧମାଳ ଭଳି ଯାଗାରେ ଫୁଲରାଣୀ ଭଳି ଶିଶୁ ପତ୍ରିକାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେବା ସହ ସମ୍ପାଦକ ଧଳଙ୍କ ସଢୁ ଉଦ୍ୟମକୁ ପ୍ରଶଂସା କରିଥିଲେ | ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ଉପ ସଚିବ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ ଯୋଗଦେଇ ପିଲାମାନେ ପତ୍ରିକାମନସ୍କ ହେବା ଉଚିତ ବୋଲି କହିଥିଲେ ଏବଂ ସମସ୍ତେ ଫୁଲରାଣୀ କୁ ଆଗକୁ ବଢେଇବା ଦରକାର ବୋଲି ଆଗ୍ରହ କରିଥିଲେ | ସମ୍ମାନିତ ଅତିଥି ଭାବେ ଲେଖକ ସାମ୍ମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ର, ପ୍ରାକ୍ତନ ମଙ୍ଗଳ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମହାନ୍ତି, ପ୍ରେସ କ୍ଲବର ସଭାପତି ଶ୍ରୀ ସୁନୀଲ କୁମାର ପଟ୍ଟନାୟକ, ଏମ କେ ଏସ ପି ର ସଭାପତି ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇ ଫୁଲରାଣୀର ଦୀର୍ଘ ପ୍ରକାଶନର କାମନା କରିଥିଲେ | ଏହି ଅବସରରେ ଫୁଲରାଣୀର ମୁଖ୍ୟ ମାର୍ଗଦର୍ଶକ ଶ୍ରୀ ବିପ୍ର ଚରଣ ପାତ୍ର ସଭାପତୀୟ ବକ୍ତବ୍ୟ ରଖି ଫୁଲରାଣୀକୁ ପିଲାମାନଙ୍କ ପାଖରେ ପହଂଚାଇବା ଉପରେ ଗୁରୁତ୍ୱ ଦେଇଥିଲା | ଅନ୍ୟମାନଙ୍କ ମଧ୍ୟରେ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା ଓ ବରିଷ୍ଟ ସଦସ୍ୟା ପ୍ରଣତି ତ୍ରିପାଠୀ ସମେତ ଫୁଲରାଣୀର ସହଯୋଗୀ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା, ଵି କେ କମଲ, ତାପସ କୁମାର ହୋତା, ଲୋକନାଥ ମଲ୍ଲିକ, ଯୁଧିଷ୍ଠିର ମହାନ୍ତି, କେଶା କିରୀଟିନି ଧଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ | ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ମୋବାଇଲ ଛାଡି ପୁସ୍ତକ ପଠନ ଓ ଗଛ ହିଁ ଜୀଵନ ଶୀର୍ଷକକୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | କୋମଳ ଗାନ୍ଧାର ସଙ୍ଗୀତ ଓ ସଂସ୍କୃତି ପରିଷଦ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଗଲା ବେଳେ ନଟରାଜ କଳା ମନ୍ଦିରର ଛାତ୍ର ଶକ୍ତିଶିବ ଚୌଧୁରୀ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା | ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ମଞ୍ଚ ପରିଚାଳନା କରିଥିଲା ବେଳେ ହରପ୍ରିୟା ମିଶ୍ର, ପ୍ରସନ୍ନ ପଣ୍ଡା, ପୁଷ୍ପିତା ପଟ୍ଟନାୟକ, ତାପସ କୁମାର ହୋତା, ଵି କେ କମଲ ଦୁର୍ଯୋଧନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ | ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କବି ସାହିତ୍ୟିକ ଅନ୍ୟୁନ୍ୟ ଅଶି ଜଣରୁ ଉର୍ଦ୍ଧ୍ୱ ଉପସ୍ଥିତ ଥିଲେ |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ