
କେନ୍ଦୁଝର, ୨୮ ସେପ୍େଟମ୍ବର (ହି.ସ.) - କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି । ତିନିଜଣ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ଆତ୍ମସମର୍ପଣ କଲେ । ହାଇକୋର୍ଟରୁ ସର୍ତ ମୂଳକ ଜାମିନ ପାଇବା ପରେ କେନ୍ଦୁଝର କୋର୍ଟରେ ଆତ୍ମସମର୍ପଣ କଲେ ।
ଏଥିରେ ତିନି ଜଣ ଯନ୍ତ୍ରୀ ହେଲେ ମନୋରଞ୍ଜନ ଜେନା, ଚିତ ରଂଜନ ମିସ୍ତ୍ରୀ, ମୀନକେତନ ସାମଲ । ପ୍ରକାଶ ଥାଉକି ଏହି ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା ପାଂଚଟି ଜିଲ୍ଲାରେ ବ୍ୟାପିଥିଲା। ପୂର୍ବରୁ କଂଟ୍ରାକ୍ଟର ବିଭୂତି ଭୂଷଣ ବିଶ୍ୱାଳ ଜେଲ ଯାଇ ବେଲ୍ ପାଇ ସାରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA