
ମାଲକାନଗିରି , ୨୮ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ବୃହତ୍ ଆକାରର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ପକ୍ଷରୁ ଗୋ-ଖାଦ୍ୟ, ମତ୍ସ୍ୟ ଖାଦ୍ୟ ଓ କୁକୁଡ଼ା ଖାଦ୍ୟ ବିକ୍ରୟ କେନ୍ଦ୍ର କୁ ଆଜି ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପିଡି ଡିଆରଡିଏ ଦାଶରଥି ସରାବୁ, ଉପନିବନ୍ଧକ ସମବାୟ ସମିତି ସମୂହ ଥିଓଫିଲ ଶବର ଏବଂ ଲ୍ୟାମ୍ପ୍ସର ଏମଡି ଚନ୍ଦନ ମାଦଳାଙ୍କ ସହ କର୍ମଚାରୀ ଓ ବହୁ ଚାଷୀ ଉପସ୍ଥିତ ଥିଲେ । ଏହି ବିକ୍ରୟ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ବଜାର ଦର ଠାରୁ କମ୍ ତଥା ଉଚିତ୍ ମୂଲ୍ୟରେ ମାଛ ଖାଦ୍ୟ, ପଶୁ ଖାଦ୍ୟ ଓ କୁକୁଡ଼ା ଖାଦ୍ୟ ଯୋଗାଇ ଦେବା । ଏହି କେନ୍ଦ୍ର ଖୋଲିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ