ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପାଇଁ ପ୍ରତିଶ୍ରୁତି
ମାଲକାନଗିରି,୨୮ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବାତ୍ୟା ''ଅର୍ଣବ'' ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏଭଳି ଖବର ଆସୁଥିବା ବେଳେ ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଛି ମାଲକାନଗିରି ବଙ୍ଗାଳୀ ସମାଜ । ବିଶେଷ
ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ମାଲକାନଗିରି ବଙ୍ଗାଳୀ ସମାଜ,


ମାଲକାନଗିରି,୨୮ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବାତ୍ୟା 'ଅର୍ଣବ' ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏଭଳି ଖବର ଆସୁଥିବା ବେଳେ ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଛି ମାଲକାନଗିରି ବଙ୍ଗାଳୀ ସମାଜ । ବିଶେଷ କରି କାଲିମେଳା ବ୍ଲକରେ ଅଧିକ ପ୍ରଭାବ ପଡିଛି । ଭେଜାଙ୍ଗିବାଡା ଗ୍ରାମ ପଞ୍ଚାୟତର ଏମ.ପି.ଭି-୧୬ ଗ୍ରାମରେ ବର୍ଷା ଜଳ ପ୍ରବେଶ କରି ଗ୍ରାମର କିଛି ଅଂଶ ଜଳମଗ୍ନ ହୋଇଥିଲା । ଫଳରେ ଏହି ଗ୍ରାମର ୧୦ଟି ଘର ମଧ୍ୟରେ ବର୍ଷା ଜଳ ପ୍ରବେଶ କରିଥିଲା । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖି ଖାଦ୍ୟପେୟ ବ୍ୟବସ୍ଥା କରିଛି । ଏହି ଗ୍ରାମରେ ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଚାଷ ଜମି ବର୍ଷାରେ ନଷ୍ଟ ହୋଇଥିବା ବେଳେ କିଛି ଲୋକଙ୍କ ଘର ଭାଙ୍ଗି ଯାଇଛି । ଏ ନେଇ ଗ୍ରାମବାସୀମାନେ ବଙ୍ଗାଳୀ ସମାଜର ପଦାଧିକାରୀଙ୍କ ନିକଟରେ ସମସ୍ୟା ଉପସ୍ଥାପନ କରିଥିଲେ । ଏହି ଗ୍ରାମରେ ୪୨ ପରିବାର ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୧୦୭ ଜଣ ପୁରୁଷ, ୯୩ ଜଣ ମହିଳା ଏବଂ ୦-୫ ବର୍ଷ ବୟସର ୨୧ ଜଣ ଶିଶୁ ରହିଛନ୍ତି । ପ୍ରତିବର୍ଷ ବନ୍ୟା ହେଲେ ଏହି ୧୦ ପରିବାରର ଘର ଜଳମଗ୍ନ ହେଉଥିବା ନଜିର ରହିଛି । ଚଳିତ ବର୍ଷ ମଧ୍ୟ ସେହି ସ୍ଥିତି ଦେଖିବାକୁ ମିଳିଛି । ତେଣୁ ଏହି ୧୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହାଛଡା ଗ୍ରାମରେ ବିଦ୍ୟାଳୟ ଥିଲେ ସୁଦ୍ଧା ଶିକ୍ଷକ ନାହାନ୍ତି । ବାଧ୍ୟ ହୋଇ ନିକଟବର୍ତ୍ତୀ ଏମ.ପି.ଭି-୨୦ ବିଦ୍ୟାଳୟକୁ ଏହି ଗ୍ରାମର ୧୭ ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଉଛନ୍ତି । ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସମସ୍ତ ସମସ୍ୟାକୁ ଗୁରୁତର ସହ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରାଯିବ ବୋଲି ବଙ୍ଗାଳୀ ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ଅବସରରେ ମାଲକାନଗିରି ବଙ୍ଗାଳୀ ସମାଜର ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, କୋର୍ କମିଟି ସଦସ୍ୟ ମାଣିକଲାଲ ଚକ୍ରବର୍ତ୍ତୀ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରାୟ, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ଭେଜାଙ୍ଗିବାଡା ଜୋନାଲ କମିଟି ସମ୍ପାଦକ ଅଶୋକ ମଣ୍ଡଳ, ସଞ୍ଜୟ ମିସ୍ତ୍ରୀ, ଅମର ଗାଇନ, ସୁନିଲ ମଣ୍ଡଳ, ମୃତ୍ୟୁଞ୍ଜୟ ରାୟ, ମନ୍ମଥ ହାଲଦାରଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande