ଇଂ ପ୍ରଶାନ୍ତ କୁମାର ବେହେରାଙ୍କ କ୍ରମମୟ ଜୀବନକୁ ନେଇ ରଚିତ ଉପନ୍ୟାସ 'ମିଶନ୍ ସଡ଼କ' ଉନ୍ମୋଚିତ
ମାଲକାନଗିରି, ୨୮ ସେପ୍ଟେମ୍ବର (ହି.ସ.)- ସଂଘର୍ଷର ପ୍ରକୃତ କାହାଣୀକୁ ନେଇ ରଚିତ ଅଜୟ ମହାପାତ୍ରଙ୍କ ଉପନ୍ୟାସ ''ମିଶନ୍ ସଡ଼କ'' ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଦସ୍ତାବିଜ୍। ଓଡ଼ିଶାର ପ୍ରତିଟି କୋଣରେ ସୁଶାସନ ଓ ବିକାଶ ପହଞ୍ଚାଇବା ପାଇଁ ଆମ ସରକାରଙ୍କ ପ୍ରୟାସ ଏମାନଙ୍କ ଯୋଗୁଁ ହିଁ ସଫଳ ହେଉ
ପ୍ରଶାନ୍ତ କୁମାର ବେହେରାଙ୍କ କ୍ରମମୟ ଜୀବନ କୁ ନେଇ ରଚିତ     ଉପନ୍ୟାସ 'ମିଶନ୍ ସଡ଼କ' ଉନ୍ମୋଚିତ


ମାଲକାନଗିରି, ୨୮ ସେପ୍ଟେମ୍ବର (ହି.ସ.)- ସଂଘର୍ଷର ପ୍ରକୃତ କାହାଣୀକୁ ନେଇ ରଚିତ ଅଜୟ ମହାପାତ୍ରଙ୍କ ଉପନ୍ୟାସ 'ମିଶନ୍ ସଡ଼କ' ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଦସ୍ତାବିଜ୍। ଓଡ଼ିଶାର ପ୍ରତିଟି କୋଣରେ ସୁଶାସନ ଓ ବିକାଶ ପହଞ୍ଚାଇବା ପାଇଁ ଆମ ସରକାରଙ୍କ ପ୍ରୟାସ ଏମାନଙ୍କ ଯୋଗୁଁ ହିଁ ସଫଳ ହେଉଛି। ମାଲକାନଗିରି ଜିଲ୍ଲାର 'ସ୍ଵାଭିମାନ ଅଞ୍ଚଳ'ରେ ରାସ୍ତା ନିର୍ମାଣ ଓ ଗ୍ରାଉଣ୍ଡ ସର୍ଭେ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବାସ୍ତବ ଜୀବନର ନାୟକମାନଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଏବଂ ବିପଦକୁ ଖାତିର ନକରି ବିକାଶର ଧାରାକୁ ଆଗକୁ ନେଇଥିବା ଇଂ. ପ୍ରଶାନ୍ତ କୁମାର ବେହେରାଙ୍କ ସଂଘର୍ଷ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ପ୍ରେରଣାଦାୟୀ।

ଯେଉଁ ଅପହଞ୍ଚ ଇଲାକାକୁ କୌଣସି ଯାନବାହନ ଯିବା ଅସମ୍ଭବ ଥିଲା, ସେଠାରେ ସେ ନିଜ ଜୀବନକୁ ବାଜି ଲଗାଇ ଗ୍ରାମବାସୀଙ୍କ ଠାରୁ ଘୋଡ଼ା ଧାର ନେଇ ଏବଂ ଡଙ୍ଗାରେ ନଦୀ ପାର ହୋଇ ବୈଷୟିକ ସର୍ଭେ ସମ୍ପନ୍ନ କରିଥିଲେ। ତାଙ୍କର ଏହି ଅଦମ୍ୟ ସାହସ ଯୋଗୁଁ ହିଁ ଆଜି ସେହି ଅଞ୍ଚଳରେ ବିକାଶର ପଥ ପ୍ରସ୍ତୁତ ହୋଇପାରିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande