ହୀରାକୁଦ ପଛୁଆ ପାଣିରେ ୫୦ ଏକରରୁ ଊର୍ଦ୍ଧ୍ୱ ଫସଲ ଜଳମଗ୍ନ
Water logging in agriculture land
ହୀରାକୁଦ ପଛୁଆ ପାଣିରେ ୫୦ ଏକରରୁ ଊର୍ଦ୍ଧ୍ୱ ଫସଲ


ଗୁଡ଼ମରେ ୨୫ରୁ ଅଧିକ ଚାଷୀଙ୍କ ଚାଷ ନଷ୍ଟ; କ୍ଷତିପୂରଣ ଦାବି

ଝାରସୁଗୁଡ଼, ୨୮ ସେପ୍େଟମ୍ବର (ହି.ସ.) : ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଆସିଥିବା ପଛୁଆ ପାଣି ଲଖନପୁର ବ୍ଲକ ପିଥିଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ ଗୁଡ଼ମ ଗାଁର ଚାଷୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି। ବନ୍ୟାଜଳ ମାଡ଼ିଯିବାରୁ ୫୦ ଏକରରୁ ଅଧିକ ଚାଷଜମି ଜଳମଗ୍ନ ହୋଇ ବିଭିନ୍ନ ପନିପରିବା ଓ ଫସଲ ନଷ୍ଟ ହୋଇଛି। ଫଳରେ ୨୫ରୁ ଅଧିକ ଚାଷୀ ଗୁରୁତର ଆର୍ôଥକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଗୁଡ଼ମ ଗାଁର ଗୁଣନିଧି ବାରିକ, ସୁବାଷ ବାରିକ, ପ୍ରଫୁଲ୍ଲ ବାରିକ, ହେମାଳ ବିଶି, ଲୋଚନ ସାଙ୍କ ସମେତ ୨୫ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଚାଷଜମି ପାଣିରେ ବୁଡ଼ି ରହିଛି। ଏଥିରେ ଫୁଲକୋବି, ବନ୍ଧାକୋବି ଭଳି ପନିପରିବା ସମେତ ବିଭିନ୍ନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଚାଷୀମାନଙ୍କ ତଥ୍ୟ ଅନୁଯାୟୀ, ପ୍ରାୟ ୧୫ ଏକର ଜମିର ବାଦାମ ଚାଷ, ୫ ଏକର କଲରା, ୫ ଏକର ଝୁଡ଼ଙ୍ଗ ଏବଂ ୨ ଏକର ବାଇଗଣ ଫସଲ ପାଣିରେ ବୁଡ଼ି ରହିଛି। ଅନେକ ଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବର୍ତମାନ ମଧ୍ୟ ବିଲରୁ ପାଣି ନିଷ୍କାସିତ ହୋଇନାହିଁ। ଆଗାମୀ ଦିନରେ ପାଣି ନକମିଲେ ଅବଶିଷ୍ଟ ଫସଲ ମଧ୍ୟ ସଢ଼ିଯିବାର ଆଶଙ୍କା ରହିଛି।

ଚାଷୀମାନେ କହିଛନ୍ତି ଯେ, ଧାରକରଜ କରି ଚାଷ କରିଥିବା ବେଳେ ବନ୍ୟାପାଣି ସେମାନଙ୍କ ଆଶା ଉପରେ ପାଣି ଢାଳିଦେଇଛି। ଲଗାଣ ବର୍ଷା ଓ ଜଳବୃଦ୍ଧି ଯୋଗୁଁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଅନେକ ଚାଷୀଙ୍କ ଆର୍ôଥକ ମେରୁଦଣ୍ଡ ଦୋହଲିଯାଇଛି।

କ୍ଷତିଗ୍ରସ୍ତ ଚାଷୀମାନେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚାଷଜମିର କ୍ଷୟକ୍ଷତିର ବାସ୍ତବ ଆକଳନ କରିବାକୁ ଦାବି କରିଛନ୍ତି। ଏଥିସହ ପ୍ରଭାବିତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଗୁଡ଼ମ ଗ୍ରାମର ଚାଷୀମାନେ ଦାବି ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande