
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ବିଶ୍ୱ ଜଳାତଙ୍କ
ଦିବସରେ ସରୁକ୍ଷିତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ବିଶ୍ୱ ଜଳାତଙ୍କ ଦିବସ ଅବସରରେ ସଚେତନ ହୁଅନ୍ତୁ, ସୁରକ୍ଷିତ
ରୁହନ୍ତୁ। ଜୀବଜନ୍ତୁଙ୍କ ସଠିକ୍ ଟିକାକରଣ ଏବଂ ସମୟୋଚିତ ଚିକିତ୍ସା ଦ୍ୱାରା ଜଳାତଙ୍କ ରୋଗକୁ
ସମ୍ପୂର୍ଣ୍ଣ ପ୍ରତିରୋଧ କରାଯାଇପାରିବ। ଆସନ୍ତୁ ସମସ୍ତେ ମିଶି ଏକ ଜଳାତଙ୍କମୁକ୍ତ ସମାଜ ଗଠନ
କରିବା।
ଏମଏସଏମଇ ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ସଚେତନତା ଓ ସାବଧାନତା ହିଁ ରୋଗ ପ୍ରତିହତର ପ୍ରଥମ
ମାଧ୍ୟମ। ପ୍ରାଣୀ ସମ୍ପଦ ପ୍ରତି ଯତ୍ନବାନ ହୋଇ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କରାଇବା ସହିତ ଜଳାତଙ୍କର କାରଣ ଓ
ନିରାକରଣ ସମ୍ପର୍କରେ ସଚେତନତା ହିଁ ବିଶ୍ୱ ଜଳାତଙ୍କ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
ସ୍ୱେଚ୍ଛାକୃତ ଭାବରେ ଆମେ ସମସ୍ତେ ଏ ଦିଗରେ ପ୍ରୟାସ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା