ମହାରାକୂଳ-ଗୋବିନ୍ଦପୁର ରାସ୍ତା ମରଣଯନ୍ତା ୭ କିମି ରାସ୍ତାରେ ଅସଂଖ୍ୟ ଖାଲଖମା
କେନ୍ଦ୍ରାପଡ଼ା, ୨୮ସେପ୍ଟେମ୍ବର (ହି.ସ.)।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ର ଧୋୟା ଅଞ୍ଚଳର ଜୀବନରେଖା ଭାବେ ପରିଚିତ ଆଳି-ଗୋବିନ୍ଦପୁର ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଗୋବିନ୍ଦପୁର ସେତୁ ନିକଟରୁ ମହାରାକୂଳ ପର୍ଯ୍ୟନ
ମହାରାକୂଳ-ଗୋବିନ୍ଦପୁର ରାସ୍ତା ମରଣଯନ୍ତା ୭ କିମି ରାସ୍ତାରେ ଅସଂଖ୍ୟ ଖାଲଖମା;


କେନ୍ଦ୍ରାପଡ଼ା,

୨୮ସେପ୍ଟେମ୍ବର (ହି.ସ.)।କେନ୍ଦ୍ରାପଡ଼ା

ଜିଲ୍ଲା ଆଳି ବ୍ଲକ୍‌ର ଧୋୟା ଅଞ୍ଚଳର ଜୀବନରେଖା ଭାବେ ପରିଚିତ ଆଳି-ଗୋବିନ୍ଦପୁର ମୁଖ୍ୟ ରାସ୍ତା

ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଗୋବିନ୍ଦପୁର ସେତୁ ନିକଟରୁ ମହାରାକୂଳ

ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତାରେ ଖାଲଖମା,

ଭଙ୍ଗା ଅଂଶ ଓ ନଷ୍ଟ ପିଚୁ ଯୋଗୁଁ ଯାତାୟାତ ପ୍ରଭାବିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ

କରିଛନ୍ତି।

ଏହି ରାସ୍ତା କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରିବା ସହ ଆଳି ମୁଖ୍ୟ ଗୋଷ୍ଠୀ

ସ୍ୱାସ୍ଥ୍ୟକେନ୍ଦ୍ର, ବ୍ଲକ୍

କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯୋଡ଼ିଥାଏ। ରାସ୍ତାର ଦୁରବସ୍ଥା ଯୋଗୁଁ

ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଥିବା ସହ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ଅନ୍ୟ ଜରୁରୀ ସେବାର ଯାତାୟାତ ମଧ୍ୟ ପ୍ରଭାବିତ

ହେଉଥିବା ଅଭିଯୋଗ ହୋଇଛି।

ରାସ୍ତାର ଦୁରବସ୍ଥାକୁ ନେଇ ଅଞ୍ଚଳର ଯୁବ ସାମାଜିକ କର୍ମୀ ତଥା ଖବରଦାତା ଲିଟୁଆ ରାଉତ

ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଏବଂ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ

ବିଭାଗ-୨ର ନିର୍ବାହୀ ଯନ୍ତ୍ରୀଙ୍କୁ ଇ-ମେଲ୍ ଓ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଛନ୍ତି।

ତୁରନ୍ତ ରାସ୍ତା ମରାମତି ସହ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି।

ଶ୍ରୀ ରାଉତଙ୍କ ଅଭିଯୋଗ ଅନୁଯାୟୀ,

କିଛି ମାସ ପୂର୍ବରୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ

ନେବାକୁ କହିଥିଲେ। ତେବେ ଏପର୍ଯ୍ୟନ୍ତ ଆଖିଦୃଶିଆ କାର୍ଯ୍ୟ ହୋଇନଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ ଦାବି ଅନୁସାରେ, ମୁଖ୍ୟମନ୍ତ୍ରୀ

ସଡ଼କ ଯୋଜନାରେ ୫ କୋଟିରୁ ଅଧିକ ଟଙ୍କାର କାମ ହୋଇଥିଲେ ମଧ୍ୟ ରାସ୍ତାର ଅନେକ ଅଂଶ ଏବେ ବି

ଅସମ୍ପୂର୍ଣ୍ଣ ରହିଛି।

ସ୍ଥାନୀୟ ସ୍ତରରେ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଶ୍ରୀ ରାଉତ

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଧୋୟା ଅଞ୍ଚଳର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା

କହିଛନ୍ତି। ଯାଜପୁରର ମା' ବିରଜା

ମନ୍ଦିର ଗସ୍ତ ସମୟରେ ରାସ୍ତା ମରାମତି ହୋଇଥିବା ପ୍ରସଙ୍ଗ ଉଲ୍ଲେଖ କରି ଧୋୟା ଅଞ୍ଚଳର ରାସ୍ତା

ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।

ରାସ୍ତା ସମସ୍ୟାକୁ ନେଇ ଏବେ ସ୍ଥାନୀୟ ରାଜନୈତିକ ନେତୃତ୍ୱର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ

ଆସିଛି। ବିଜୁ ଜନତା ଦଳ ପକ୍ଷରୁ ରାସ୍ତା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ

ଅବଗତ କରାଯାଉଥିବା କୁହାଯାଇଛି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି

ତୀବ୍ର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

କଂଗ୍ରେସ ବିଧାୟିକାଙ୍କ ପ୍ରତିନିଧି କହିଛନ୍ତି ଯେ, ଅଞ୍ଚଳବାସୀ ଏକଜୁଟ ହେଲେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉପରେ ଚାପ

ସୃଷ୍ଟି କରାଯାଇପାରିବ। ଆବଶ୍ୟକ ପଡ଼ିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ସେ ଚେତାବନୀ

ଦେଇଛନ୍ତି।

ଅନ୍ୟପକ୍ଷରେ, ଭାରତୀୟ

ଜନତା ପାର୍ଟି ପକ୍ଷରୁ ଏହି ରାସ୍ତାର କାର୍ଯ୍ୟ ତାଙ୍କ ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ

ବୋଲି କୁହାଯାଇଛି। ତେବେ ଏହି ଘୋଷଣା କେବେ ବାସ୍ତବ ରୂପ ନେଉଛି ଏବଂ ରାସ୍ତାରେ କେବେ କାମ

ଆରମ୍ଭ ହେଉଛି, ତାହା

ଉପରେ ଏବେ ଅଞ୍ଚଳବାସୀଙ୍କ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande