ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’
କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର (ହି.ସ.)। ସେବା ସଂକଳ୍ପ ଅଭିଯାନ-୨୦୨୬ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଙ୍ଗନୱାଡି କର୍ମୀ ସମସେରା ବେଗମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ
---------------ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ


କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର (ହି.ସ.)। ସେବା ସଂକଳ୍ପ ଅଭିଯାନ-୨୦୨୬ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଙ୍ଗନୱାଡି କର୍ମୀ ସମସେରା ବେଗମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଅଭିଭାବକଙ୍କ ମଧ୍ୟରେ ସ୍ଥାନୀୟ ଓ ପାରମ୍ପରିକ ପୌଷ୍ଟିକ ଖାଦ୍ୟର ପ୍ରଦର୍ଶନୀ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କପାଳେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଗୋଛାୟତ, ଗରାପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶେଖ ଜଲ୍ଲାଲୁଦ୍ଦିନ, ବୁଥ୍ ସଭାପତି ସୟଦ ସମସେର ଅଲ୍ଲୀ, ଶେଖ ଦବିରୁଦ୍ଦିନ, ଅବଦୁଲ ସଲିମ ଖାଁ, ଶେଖ ଅୟୁନୁଲ ଇସଲାମ, ୱାର୍ଡ ସଭ୍ୟା ଅଜମେରୀ ବେଗମ, ଅଫରୋଜ ଖାଁ, ଶେଖ ରିୟାଯୁଦ୍ଦିନ ଓ ରାଜୀବ ଖାଁ ପ୍ରମୁଖ ଯୋଗଦେଇଥିଲେ।

ଅତିଥିମାନେ ଏହି ଅବସରରେ କହିଥିଲେ ଯେ, ସୁସ୍ଥ ପରିବାର, ସୁସ୍ଥ ଶିଶୁ ଓ ସୁସ୍ଥ ସମାଜ ଗଠନରେ ଅଙ୍ଗନୱାଡି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁମାନଙ୍କ ପୋଷଣ, ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ତଥା ମାତୃ ଓ ଶିଶୁ ଯତ୍ନ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande