ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ଶେଷ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ସୋମବାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଗତ ୨୨ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନରେ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଅଧିବେଶନ ୯ଟି କା
Odisha assembly


ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ଶେଷ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ସୋମବାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଗତ ୨୨ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନରେ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଅଧିବେଶନ ୯ଟି କାର୍ଯ୍ୟଦିବସ ଚାଲିବାର ଥିଲେ ମଧ୍ୟ ମୋଟ ୫ ଦିନ ହିଁ ଗୃହର କାର୍ଯ୍ୟ ଚାଲିଥିଲା।

ଏମଏମଡିଆର ସଂଶୋଧନ ବିଲ୍ କୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କରିବା ଚଳିତ ଅଧିବେଶନର କେନ୍ଦ୍ରବିନ୍ଦୁ ରହିଥିଲା।

ଏହି ୫ଟି କାର୍ଯ୍ୟଦିବସରେ ବିଧାନସଭାରେ ମୋଟ ୪ଟି ବିଲ୍ ପାରିତ ହୋଇଛି। ଏହାବ୍ୟତୀତ ଗୃହରେ ୯୫୦ଟି ତାରକା ଚିହ୍ନିତ ପ୍ରଶ୍ନ ଗ୍ରହଣ କରାଯାଇଥିବା ବେଳେ ୮ଟି ତାରକା ଚିହ୍ନିତ ପ୍ରଶ୍ନର ଉତର ଆଲୋଚନା ହୋଇଥିବା। ସେହିପରି୧୯୩୭ଟି ଅତାରକା ଚିହ୍ନିତ ପ୍ରଶ୍ନର ଉତର ଦାଖଲ ହୋଇଛି। ଅଧିବେଶନ କାଳରେ ଗୋଟିଏ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ୧୧ ଟି ବାର୍ଷିକ ରିପୋର୍ଟ , ୩ଟି କମିଟି ରିପୋର୍ଟ , ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande