
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଦେଢ଼ ଲକ୍ଷ
କୋଟିକୁ ଛୁଇଁବ ରାଜ୍ୟର ଋଣଭାର । ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ
୪୮ ହଜାର କୋଟିରେ ପହଁଚିବ । ସେହିପରି ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୩୧ ହଜାର ୩୪୪ ଟଙ୍କା ରେ
ପହଁଚିବ ବୋଲି ବି ଆକଳନ କରିଛନ୍ତି ସରକାର । ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆର୍ଥିକ
ବର୍ଷ 2005-06 ଠାରୁ ପ୍ରତିବର୍ଷ ଆହରଣ କରାଯାଉଥିବା ଋଣ
ସମ୍ପୂର୍ଣ ଭାବରେ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ କରାଯାଉଛି ଓ ଏହି ଅର୍ଥରୁ କୌଣସି ଅର୍ଥ ରାଜସ୍ବ
ବ୍ୟୟ ପାଇଁ ଖର୍ଚ୍ଚ କରାଯାଉନାହିଁ । ବିଧାନସଭାରେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ
ମାଝୀଙ୍କ ଏନେଇ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା