ଗୃହ ଅଚଳକୁ ନେଇ ବିଜେଡି ଓ ନବୀନଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ, ଜବାବ ରଖିଲା ବିଜେଡି
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଆଜି ବି ଗୃହ ଅଚଳ କରିବା ପରେ ବିଜେଡି ଏବଂ ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ।ସେ କହିଛନ୍ତି ଯେ, ଆକାଙ୍କ ନିର୍ଦ୍ଦେଶ ଅଛି ଗୃହକୁ ବନ୍ଦ କରିବାକୁ । ଘରେ ଶାଢ଼ୀ ପିନ୍ଧି ନାଚୁଥିଲେ
ଗୃହ ଅଚଳକୁ ନେଇ ବିଜେଡି ଓ     ନବୀନଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ, ଜବାବ ରଖିଲା ବିଜେଡି


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଆଜି ବି ଗୃହ

ଅଚଳ କରିବା ପରେ ବିଜେଡି ଏବଂ ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ବିଧାୟକ ସନ୍ତୋଷ

ଖଟୁଆ ।ସେ କହିଛନ୍ତି ଯେ, ଆକାଙ୍କ

ନିର୍ଦ୍ଦେଶ ଅଛି ଗୃହକୁ ବନ୍ଦ କରିବାକୁ । ଘରେ

ଶାଢ଼ୀ ପିନ୍ଧି ନାଚୁଥିଲେ ଆଜି ବିଧାନସଭା ବନ୍ଦ

କରି ଲୋୟର ପିଏମଜିରେ ନାଚିବେ । ବର୍ଷା

ବନ୍ୟା ଲୋକଙ୍କ ପ୍ରସଙ୍ଗ, ଆଜି

ପ୍ରଶ୍ନକାଳରେ ଖାଦ୍ୟ ଅପମିଶ୍ରଣ ପ୍ରଶ୍ନ ଥିଲା । ତାହା ବି ପ୍ରତି ନାଗରିକଙ୍କ ପାଇଁ ପ୍ରସଙ୍ଗ । ସେ ବିଷୟରେ ଭାଗ ନେଲେ ନାହିଁ । ଏମଏମ

ଡିଆର ତାଙ୍କ ଦଳ ପାଇଁ ପ୍ରସଙ୍ଗ ସେ କଥା ଉଠାଇଲେ । କିନ୍ତୁ

ସେ ବିଷୟରେ ବିଧାନସଭାରେ ଆଲୋଚନା ପାଇଁ ତଥ୍ୟ ନାହିଁ । ଆଜି ନବୀନ ରାଜରାସ୍ତାକୁ ଯିବେ ବୋଲି କହୁଛନ୍ତି । ସେ ଯେତେବେଳେ ଖଣି ମନ୍ତ୍ରୀ ଥିଲେ ସେତେବେଳେ ଏମଏମଡିଆର ବାବଦରେ କଣ କରିଥିଲେ। ରାଜରାସ୍ତାକୁ

କାହିଁକି ଯିବେ । କାଗଜରେ ହିସାବ ଦେଉନାହାନ୍ତି । ଶାହା କମିଶନ କହିଲେ ବିଜେଡି ଖଣିରେ ସର୍ବାଧିକ ଡକାୟତି କରିଛି । ମାଟି ବିକି, ପାଟି ପଇସା ନେଇକି ବିଜୁ ଫାଉଣ୍ଡେସନରେ ରଖିଛନ୍ତି

। ପ୍ରଶ୍ନକାଳରେ ମୋସାନ

ଆଲୋଚନା ହୁଏ କି ? ତେଣୁ ତଥ୍ୟ ନଥିବା

ଲୋକଙ୍କର ହୁରି ହାଟ । ଆକା

କହିଛନ୍ତି ଗୃହକୁ ଚଳାଇ ଦେବେନି କହିଛନ୍ତି ବିଜେପି ବିଧାୟକ । ଜବାବରେ ବିଜେଡି କହିଛି ସରକାର

ଆଲୋଚନା କରିବାକୁ ଚାହୁଁନାହାନ୍ତି । ଆଲୋଚନା

ହେଲେ ଦୋଷ ଦୁର୍ବଳତା ଜଣାପଡ଼ିଯିବ । ଲୋକେ ଜାଣିସାରିଲେଣି

। କେନ୍ଦ୍ର ପାଖରେ ଆତ୍ମ ସମର୍ପଣ କରିଛନ୍ତି ବୋଲି ମାନି ନିଅନ୍ତୁ । ବିଧାନସଭା କଣ ଚାଲିବ ସରକାରୀ ଦଳ ନିଜର ବଡ଼ିମା ପ୍ରଚାର କରିବା ପାଇଁ

ଗୃହକୁ ବନ୍ଦ କରି ରଖିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକକହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande