ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ
ଜୟପୁର, ୨୮ ସେପ୍ଟେମ୍ବର (ହି.ସ.) - ଭାରତର ସବୁଠାରୁ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସି.ୟୁ.ଓ.) ପକ୍ଷରୁ ଏକ ତିନିଦିନିଆ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ସେପ୍ଟେମ୍ବର ୨୮ ରୁ ୩୦ ତ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ


ଜୟପୁର, ୨୮ ସେପ୍ଟେମ୍ବର (ହି.ସ.) - ଭାରତର ସବୁଠାରୁ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସି.ୟୁ.ଓ.) ପକ୍ଷରୁ ଏକ ତିନିଦିନିଆ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର?୍ୟ୍ୟନ୍ତ ବିଶ୍ୱବିଦ୍ୟାଳୟର ସୁନାବେଡ଼ା କ୍ୟାମ୍ପସରେ ଲିଭିଂ ଦି ଲେଗାସି ଅଫ୍ ଶହୀଦ ବାଜି ରାଉତ' ଶୀର୍ଷକରେ ଏହି ପର୍ବ ପାଳନ କରାଯିବ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରବନ୍ଧ ଲେଖା, ବକ୍ତୃତା, ନାଟକ, ଚିତ୍ରାଙ୍କନ, ନୃତ୍ୟ ଏବଂ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମର ଆରମ୍ଭ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ଅଜିତ କୁମାର ଶାସନୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରୁ ହେବ। ଏହାପରେ ଶହୀଦ ବାଜି ରାଉତଙ୍କ ଗ୍ରାମର ପବିତ୍ର ମାଟିକୁ ସଂରକ୍ଷିତ କରିବା ପାଇଁ ଏକ କଳସ ଯାତ୍ରା କରାଯିବ। ପରେ ପରେ ଏକ ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ-ସଙ୍ଗୀତ ପରିବେଷଣ କରି ଶହୀଦ ବାଜି ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହି ସମାରୋହରେ ଢେଙ୍କାନାଳ ସ୍ଥିତ ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ଆଇଚ୍, ଶହୀଦ ବାଜି ରାଉତଙ୍କ ପୁତୁରା କୁଳମଣି ରାଉତ, ସମ୍ବଲପୁରର ବିଶିଷ୍ଟ ଲୋକଗାୟକ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଏବଂ କଳାହାଣ୍ଡିର ବିଶିଷ୍ଟ କୃଷି ଓ ପଦ୍ମଶ୍ରୀ ପଟାୟତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେବେ । ଏହାଛଡ଼ା କୋରାପୁଟର ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିବେ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande