ଏମଏମଡିଆର-୨୬ ସଂଶୋଧନ ବିଲ୍ ସୁପ୍ରିମ କୋର୍ଟରେ ନିଶ୍ଚୟ କାଟ ଖାଇବ: ନରସିଂହ
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ଏମଏମଡିଆର ସଂଶୋଧନ ବିଲ୍ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟ
rfg


ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ଏମଏମଡିଆର ସଂଶୋଧନ ବିଲ୍ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ସେ କହିଛନ୍ତି ଯେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । କାରଣ ସେଇ ଅଧିକାର ରାଜ୍ୟ ସରକାରଙ୍କ ନ ଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମୁଁ ଆଇନମନ୍ତ୍ରୀ ଥିଲି । ସେତେବେଳେ ମତେ ଗୋଟିଏ ବିଲ୍ ତିଆରି ଦାୟିତ୍ୱ ଦିଆଯାଇଥିଲା, ତାହା ହେଲା ଟ୍ୟାକ୍ସ ଅନ ମିନେରାଲ ବିୟରିଂ ଲ୍ୟାଣ୍ଡ । ବିଲ ଅନୁସାରେ ଜମି ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ। ବିଲର ମୂଳ ଅଂଶ ଥିଲା ଏହା। ଖଣିଜ ସମ୍ପଦ କହିଲେ ସିନା ବେଆଇନ ହେବ, କିନ୍ତୁ ନୂତନ ବ୍ୟବସ୍ଥା କରାଗଲା, ଯେଉଁ ଜମି ତଳେ ଖଣି ଅଛି ତା ଉପରେ ଟ୍ୟାକ୍ସ ନିଆଯିବ । ରାଜ୍ୟ ସରକାର ସୁପ୍ରିମ କୋର୍ଟକୁ ଗଲା, କିନ୍ତୁ ସରକାର ହାରିଗଲା । ପରେ ୧୫.୧.୨୦୦୪ ରେ ସୁପ୍ରିମକୋର୍ଟ ରାୟ ଦେଲେ ରାଜ୍ୟ ସରକାରଙ୍କ ଜମି ଉପରେ ଅଧିକାର ଅଛି ବୋଲି । ସେଇ ଅଧିକାର ଆମକୁ ମିଳିବା କଥା କିନ୍ତୁ ମିଳିଲା ନାହିଁ । ବର୍ତମାନ ସୁପ୍ରିମ କୋର୍ଟ କହିଛନ୍ତି, ଯଦି ସେଇ ଆଇନ ଲାଗୁ କରାଯାଏ, ତେବେ ବର୍ଷକୁ ୧୨ ହଜାର କୋଟି ଟଙ୍କା ରାଜ୍ୟକୁ ଲାଭ ହେବ । ଟାଟା ଷ୍ଟୀଲ୍ ଅନୁସନ୍ଧାନ କରିଥିଲା, ଯାହା ପ୍ରାୟ ୧୭ ହଜାର କୋଟି ଟଙ୍କା କେନ୍ଦ୍ରାଧୀନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବାକିଆ ଅଛି, ଯାହା ମିଳିବା କଥା, କିନ୍ତୁ ମିଳିଲା ନାହିଁ । ଏବେ ପୁଣି ଏକ ନୂତନ ରାୟ ପ୍ରକାଶ ପାଇଛି ଯେ ମିନେରାଲ ବିୟରିଂ ଲ୍ୟାଣ୍ଡ ଉପରେ ସରକାର ଟିକସ୍ ପକାଇ ପାରିବ, ଯେଉଁ ଦିନଠୁ ଦାବି ହୋଇଥିଲା, ସେଇ ଦିନଠାରୁ ହିସାବ ହୋଇ କେନ୍ଦ୍ର ରାଜ୍ୟକୁ ଦେବା କଥା । କେନ୍ଦ୍ର ସୁପ୍ରିମକୋର୍ଟକୁ କହିଲେ ଯଦି ଏକାଥରକେ ଏତେ ଅର୍ଥ ଦିଆଯିବ, ତେବେ କେନ୍ଦ୍ର ଦେବାଳିଆ ହୋଇଯିବ ଏବଂ ଆମେ ଏକସାଥିରେ ଏତେ ଟଙ୍କା ଦେଇ ପାରିବୁ ନାହିଁ । ଏବଂ କେନ୍ଦ୍ର ସରକାର କିସ୍ତି ଆକାରେ ଅର୍ଥପ୍ରଦାନ କରିବାକୁ ସୁପ୍ରିମ କୋର୍ଟଙ୍କ ନିକଟରେ ପ୍ରାର୍ଥନା କଲେ, ଯାହା ସୁପ୍ରିମକୋର୍ଟ ଗ୍ରହଣ କରିଥିଲା । ପରବର୍ତୀ ସମୟରେ କେନ୍ଦ୍ର ଟିକସ୍ ଦେବା କଥା ରାଜ୍ୟ ମାଗିବା କଥା, କିନ୍ତୁ ରାଜ୍ୟ ମାଗିଲା ନାହିଁ କିମ୍ବା କେନ୍ଦ୍ର ଦେଲା ନାହିଁ । ଫଳରେ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଲା । ତେବେ ଏମଏମଡିଆର-୨୬ ସଂଶୋଧନ ବିଲ୍ ସୁପ୍ରିମ କୋର୍ଟରେ ନିଶ୍ଚୟ କାଟ ଖାଇବ, ଏଥିରେ ସନ୍ଦେହ ନାହିଁ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତିନି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ ଓ ଦେବାଶିଷ ନାୟକ ତଥା କିଶାନ ସେଲ ଅଧ୍ୟକ୍ଷ ଅଭୟ ସାହୁ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande