ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ
ପବିତ୍ର ପ୍ରଧାନ


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ପବିତ୍ର ମୋହନ

ପ୍ରଧାନଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ

ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ

ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ତାଙ୍କ ଅମର ଆତ୍ମା ନିକଟରେ

ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପ୍ରଜାମଣ୍ଡଳ

ଆନ୍ଦୋଳନର ପ୍ରମୁଖ ପୁରୋଧା ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ

ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ପ୍ରଜାମଣ୍ଡଳ

ଆନ୍ଦୋଳନର ଅଗ୍ରଦୂତ, ସ୍ୱାଧୀନତା

ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ

ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ନିସ୍ୱାର୍ଥପର ତ୍ୟାଗ, ସାହସିକ ନେତୃତ୍ୱ ଏବଂ ଲୋକକଲ୍ୟାଣକାରୀ ଚିନ୍ତାଧାରା ଚିର ଅଭୁଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande