
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ସୋମବାର ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିଯିବ। ମହାନଦୀକୁ ଛାଡ଼ି ରାଜ୍ୟରେ ଆଉ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, ସାଳନ୍ଦୀରେ ପାଣି କମିଛି। ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ, ଦକ୍ଷିଣ ଓଡ଼ିଶାର ନଦୀରେ ମଧ୍ୟ ପାଣି କମିଛି। ମହାନଦୀରେ ବନ୍ୟା ପାଇଁ ମୁଖ୍ୟତଃ ୪ଟି ଜିଲ୍ଲାର ତଳିଆ ଅଂଚଳ ପ୍ରଭାବିତ ହେବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ତଳିଆ ଅଂଚଳ ଚାଷ ଜମି ବୁଡ଼ିବାର ଅଶଙ୍କା ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇପାରେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା