କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ନବଯ
ରାଧାନାଥ ରାୟ


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- କବିବର ରାଧାନାଥ

ରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ

ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ନବଯୁଗର

ପ୍ରବର୍ତ୍ତକ କବିବର ରାଧାନାଥ ରାୟଙ୍କ ଜନ୍ମଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ

ଭାଷା ଓ ସାହିତ୍ୟକୁ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ

ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ତାଙ୍କର ଅମର ସାହିତ୍ୟ

ସୃଷ୍ଟି ଓଡ଼ିଆ ଭାଷା-ସାହିତ୍ୟକୁ ସମୃଦ୍ଧ କରିବା ସହ ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର

ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର

ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗପ୍ରବର୍ତ୍ତକ, କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ତାଙ୍କର କାଳଜୟୀ କବିତା, ନିଷ୍କପଟ

ପ୍ରକୃତିପ୍ରେମ ଓ ସାହିତ୍ୟ ସାଧନା ଓଡ଼ିଆ ଭାଷା-ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ସଦାସର୍ବଦା

ଆଲୋକିତ କରି ରଖିବ।

ଏମଏସଏମଇ ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଆଧୁନିକ ଓଡ଼ିଆ କାବ୍ୟଧାରାର ଯୁଗପ୍ରବର୍ତ୍ତକ କବିବର

ରାଧାନାଥ ରାୟଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ‘ଚିଲିକା’, ‘ଚନ୍ଦ୍ରଭାଗା’, ‘ମହାଯାତ୍ରା’ ଭଳି ଅମର ସୃଷ୍ଟି ମାଧ୍ୟମରେ ଓଡ଼ିଶାର ପ୍ରକୃତି ଓ

ଇତିହାସକୁ ଜୀବନ୍ତ କରିଥିବା ଏହି ମହାନ ସାରସ୍ୱତ ସାଧକଙ୍କ ଚରଣରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ କହିଛନ୍ତି ଯେ,ଆଧୁନିକ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା କବିବର ରଧାନାଥ ରାୟଙ୍କ

ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ରଚନାରେ ପ୍ରକୃତିର ଶୋଭା ଝଲସି ଉଠେ। ଓଡ଼ିଆ

ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟରେ ନବଯୁଗର ପ୍ରବର୍ତ୍ତକ 'କବିବର' ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ

ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande