‘ରକ୍ତତୀର୍ଥ ଇରମ’ରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)-‘ରକ୍ତତୀର୍ଥ ଇରମ’ରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ
ଇରମ୍


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)-‘ରକ୍ତତୀର୍ଥ

ଇରମ’ରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ଭଦ୍ରକ ଜିଲ୍ଲାର ବାସୁଦେବପୁରସ୍ଥିତ

ପବିତ୍ର ‘ରକ୍ତତୀର୍ଥ ଇରମ’ରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଅମର ଶହୀଦମାନଙ୍କୁ

ବିନମ୍ର ଶ୍ରଦ୍ଧାଞ୍ଜଳି। ମାତୃଭୂମି ପାଇଁ

ସେମାନଙ୍କର ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ

ରହିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ‘ରକ୍ତତୀର୍ଥ ଇରମ’ର ଅମର ଶହୀଦମାନଙ୍କ ପବିତ୍ର

ବଳିଦାନ ଦିବସରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ୧୯୪୨ ମସିହା ଆଜିର ଦିନରେ, ଭଦ୍ରକର ଇରମରେ ବ୍ରିଟିଶ ଶାସକର ବର୍ବର ଗୁଳିମାଡ଼

ଆଗରେ ଆମର ନିର୍ଭୀକ ମୁକ୍ତି ସଂଗ୍ରାମୀମାନେ ନିଜ ଜୀବନ ଆହୁତି ଦେଇଥିଲେ। ମାତୃଭୂମିର

ସ୍ୱାଭିମାନ ଓ ସ୍ୱାଧୀନତା ପାଇଁ ସେମାନଙ୍କର ଏହି ଅତୁଳନୀୟ ତ୍ୟାଗ ଆମ ରାଜ୍ୟ ତଥା ସମଗ୍ର ଦେଶର

ଇତିହାସରେ ଚିର ସ୍ମରଣୀୟ ହୋଇ ରହିବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭଦ୍ରକ ଜିଲ୍ଲା

ବାସୁଦେବପୁରର ଐତିହାସିକ 'ରକ୍ତତୀର୍ଥ

ଇରମ'ରେ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କୁ ମୋର ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଦେଶର ସ୍ଵାଧୀନତା ପାଇଁ ଭାରତ ଛାଡ଼

ଆନ୍ଦୋଳନରେ ଯୋଗ ଦେଇ ଇରମ ଠାରେ ଶହୀଦ ହୋଇଥିବା ସମସ୍ତ ବୀର ସଂଗ୍ରାମୀଙ୍କ ପ୍ରତି ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଜଣାଉଛି। ତ୍ୟାଗ, ସଂଘର୍ଷ ଏବଂ ସମର୍ପଣର ଏ କାହାଣୀ ଆଜିର ସମାଜ ପାଇଁ ଏକ ପ୍ରେରଣା।

ଏମଏସଏମଇ ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର ଦ୍ଵିତୀୟ

ଜାଲିଆନାୱାଲାବାଗ୍ ଭାବେ ପରିଚିତ ‘ରକ୍ତତୀର୍ଥ ଇରମ’ର ସ୍ଵାଧୀନତା ସଂଗ୍ରାମୀ ତଥା ଅମର

ସହିଦମାନଙ୍କ ପବିତ୍ର ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ମାତୃଭୂମି ପାଇଁ ଅମର

ସନ୍ତାନଙ୍କ ତ୍ୟାଗ ଓ ବଳିଦାନ ଚିର ଅମ୍ଳାନ।

ସମ୍ବଲପୁର ସାଂସଦ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତୀୟ ମୁକ୍ତିସଂଗ୍ରାମରେ ଭଦ୍ରକର ରକ୍ତତୀର୍ଥ ଇରମ ଠାରେ

ପ୍ରାଣବଳି ଦେଇଥିବା ବୀର ଶହୀଦମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande