
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଗୃହ ଅଚଳକୁ ନେଇ
ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଗଣତନ୍ତ୍ରର
ମନ୍ଦିର ହେଉଛି ବିଧାନସଭା । ବିଧାନସଭାରେ ରାଜ୍ୟର
ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୁଏ । କିନ୍ତୁ
ବିଗତ ୪ ଦିନ ହେବ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମାନେ ବିଧାନସଭା ଚଳେଇବାକୁ ଦେଉ
ନାହାନ୍ତି । ହୋ ହଲ୍ଲା ନାରାବାଜି
ଦେଉଛନ୍ତି । ବନ୍ୟା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜସ୍ୱ
ମନ୍ତ୍ରୀ ଗୃହରେ ତଥ୍ୟ ରଖୁଥିବା ବେଳେ ସେ ବିଷୟରେ ଆଲୋଚନା କରୁନାହାନ୍ତି । ଏଥିରୁ ଜଣାପଡୁଛି ରାଜ୍ୟବାସୀଙ୍କ ଚିନ୍ତା କରୁନାହାନ୍ତି ବିରୋଧୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଏମଏମଡିଆର
ନାଁରେ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ଲାଗୁଛି ବିଜେଡି ନିଜକୁ ବଞ୍ଚେଇବାକୁ ଶେଷ ଲଢେଇ ଲଢ଼ୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା