ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯ
ଲତା ମଙ୍ଗେସକର


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଭାରତ ରତ୍ନ ଲତା

ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ

ଅନ୍ୟମାନେ ।

ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ

ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତ ରତ୍ନ ଲତା ମଙ୍ଗେସକର ଜୀଙ୍କ

ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରୁଛି।ତାଙ୍କର ଅସାଧାରଣ ସଙ୍ଗୀତ ଐତିହ୍ୟ, ଅମର ସୁର

ଏବଂ ଭାରତୀୟ ସଙ୍ଗୀତ ପ୍ରତି ଅତୁଳନୀୟ ଅବଦାନ ଆଗାମୀ ପିଢ଼ିମାନଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ଏବଂ

ସଙ୍ଗୀତପ୍ରେମୀଙ୍କ ହୃଦୟରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ‘ସ୍ୱର କୋକିଳା’ ଭାରତ ରତ୍ନ ଲତା ମଙ୍ଗେସକରଙ୍କ

ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ନିଜର ଯାଦୁକରୀ କଣ୍ଠସ୍ୱର ମାଧ୍ୟମରେ ସମଗ୍ର ବିଶ୍ୱକୁ

ମନ୍ତ୍ରମୁଗ୍ଧ କରିଥିବା ଏହି ମହାନ କଣ୍ଠଶିଳ୍ପୀଙ୍କ ଅତୁଳନୀୟ ସଙ୍ଗୀତ ସାଧନା ଓ ଅବଦାନ ଚିରଦିନ

ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତର କୋକିଳା, ଭାରତ ରତ୍ନ ଲତା ମଙ୍ଗେଶକର ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ

କରୁଛି। ତାଙ୍କର କାଳଜୟୀ କଣ୍ଠସ୍ୱର, ହୃଦୟସ୍ପର୍ଶୀ ସୁର ଏବଂ ଅତୁଳନୀୟ ସଙ୍ଗୀତ ଐତିହ୍ୟ ଆଜି ମଧ୍ୟ କୋଟି କୋଟି ଲୋକଙ୍କ ହୃଦୟରେ

ଜୀବନ୍ତ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ଭାରତର ସୁର ସାମ୍ରାଜ୍ଞୀ, ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି। ତାଙ୍କର ମଧୁର ସ୍ୱର, ସଙ୍ଗୀତ ପ୍ରତି ତାଙ୍କର ସମର୍ପଣ ଓ ଯାଦୁକରୀ ସାଧନା ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ

ଅମର ହୋଇ ରହିଛି।

ଏମଏସଏମଇ ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର

ସ୍ବରସାମ୍ରାଜ୍ଞୀ, କୋକିଳକଣ୍ଠୀ, ଭାରତରତ୍ନ ଲତା ମଙ୍ଗେସ୍କରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଭାରତୀୟ ସଙ୍ଗୀତ ଜଗତକୁ ଆପଣଙ୍କ ଅତୁଳନୀୟ ଅବଦାନ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିବ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଭାରତ ରତ୍ନ’ ଲତା ମଙ୍ଗେଶକର ଜୀଙ୍କ ଜୟନ୍ତୀ ଅବସରରେ

ତାଙ୍କୁ ସାଦର ନମନ କରୁଛି। ଲତା ଦିଦିଙ୍କ କଣ୍ଠସ୍ୱର ଭାରତୀୟ ସଙ୍ଗୀତକୁ ସାରା ବିଶ୍ୱରେ

ପରିଚିତି ପ୍ରଦାନ କରିଛି। ତାଙ୍କର ସଙ୍ଗୀତ ସାଧନା ଭାରତୀୟ ସଙ୍ଗୀତର ଏକ ଅମୂଲ୍ୟ ଐତିହ୍ୟ, ଯାହା ସର୍ବଦା ଭାରତବାସୀଙ୍କ ମଧ୍ୟରେ ଜୀବନ୍ତ

ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande