
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ପନିର ଓ ଛେନା
ଅପମିଶ୍ରଣ ନେଇ ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ସାରା
ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ ହୋଇଥିବା ସେ କହିଛନ୍ତି । ଚଢ଼ାଉ କରି କଟକରେ 71
କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିପରି ନିଆଳିରେ ଚଢ଼ାଉ କରି
ଅପମିଶ୍ରିତକାରୀଙ୍କ ଉପରେ ବିଏନଏସ ଧାରା 275 ରେ ତାଙ୍କ ନାଁରେ ଏତଲା
କରାଯାଇଛି । ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ ଦୁଇ ବର୍ଷ ରେ 95
ଲକ୍ଷ 91 ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଉଛି । ମୋଟ 413 ଟି ମାମଲା ରୁଜୁ କରାଯାଇଛି । କେବଳ ଭୁବନେଶ୍ୱରରେ 2810 ଟି
ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ 621ଟି ଲିଗାଲ ସାମ୍ପୁଲ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା