ଏମଏମଡିଆର ବିଲକୁ ନେଇ ବିଜେଡିର ଆନ୍ଦୋଳନ, ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ଲଢ଼େଇ ଜାରି ରହିବ- ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ଏମଏମଡିଆର ଆଇନକୁ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ବିଜେଡି। ଆଜି ଏହି ପ୍ରସଙ୍ଗରେ ବିଧାନସଭା ଘେରାଉ କରିଛି ବିଜେଡି। ଗାନ୍ଧୀ ମାର୍ଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଧାରଣାସ୍ଥଳରେ ପହଂଚିଛନ୍ତି ବିଜେଡି ସୁପ
ଏମଏମଡିଆର ବିଲକୁ ନେଇ     ବିଜେଡିର ଆନ୍ଦୋଳନ, ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ଲଢ଼େଇ ଜାରି ରହିବ- ନବୀନ ପଟ୍ଟନାୟକ


ଭୁବନେଶ୍ୱର, ୨୮

ସେପ୍ଟେମ୍ବର (ହି.ସ.)- ଏମଏମଡିଆର ଆଇନକୁ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ବିଜେଡି। ଆଜି

ଏହି ପ୍ରସଙ୍ଗରେ ବିଧାନସଭା ଘେରାଉ କରିଛି ବିଜେଡି।

ଗାନ୍ଧୀ ମାର୍ଗରେ ବିଜେଡି ବିକ୍ଷୋଭ

ପ୍ରଦର୍ଶନ କରିବା ବେଳେ ଧାରଣାସ୍ଥଳରେ ପହଂଚିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗାନ୍ଧୀ

ମାର୍ଗରେ ଏମଏମଡିଆରପ୍ରସଙ୍ଗରେ ନବୀନ ପଟ୍ଟନାୟକ ଆହ୍ବାନ ଦେଇ କହିଛନ୍ତି ଯେ, ଓଡ଼ିଶାର

ସ୍ବାର୍ଥ ପାଇଁ ଆମେ ଏକାଠି ହୋଇଛୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି ଯେ, ସାଢ଼େ

୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ଲଢ଼େଇ ଜାରି ରହିବ । ଜେନ୍ ଜିଙ୍କ ସ୍ବାର୍ଥ ପାଇଁ ଆମର ଲଢ଼େଇ

ଜାରି ରହିବ । ଜେନ୍ ଜି ଓ ଓଡ଼ିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ । ଆମ ଲଢ଼େଇରେ ସାମିଲ

ହେବାକୁ ସବୁ ଦଳକୁ ଆହ୍ବାନ କରୁଛୁ । ଏ ମାଟି ପାଇଁ ଏକାଠି ହେବା ଦରକାର । ଏମଏମଡିଆରକୁ ଆମ

ରାଜ୍ୟରେ ଲାଗୁ କରାଇ ଦେବା ନାହିଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande