ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ
ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପୁରୀ,, 28 ସେପ୍ଟେମ୍ବର (ହି.ସ.)ପୁରୀ କଚେରି ଛକ ନିକଟରୁ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ପଦଯାତ୍ରା ବାହାରି ବିଭିନ୍ନ ସ୍ଲୋଗ
ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ଯ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ


ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ଯ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ


ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ

ପୁରୀ,, 28 ସେପ୍ଟେମ୍ବର (ହି.ସ.)ପୁରୀ କଚେରି ଛକ ନିକଟରୁ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ପଦଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ପୁରୀ ଜିଲ୍ଲାପାଳଙ୍କ ଆବାସିକ କାଯ୍ଯାଳୟ ସମ୍ମୁଖରେ ମୁଖ୍ୟ ନିର୍ବାଚନ ଆୟୋଗ, ଜ୍ଞାନେଶ୍ କୁମାର ଏବଂ ଡବଲ ଇଞ୍ଜିନ ବିଜେପି ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହା ସହିତ ରାସ୍ତାରୋକ କରି କଂଗ୍ରେସ କର୍ମୀ ଏକ ଘଣ୍ଟା ପର୍ଯ୍ୟନ୍ତ ଚକାଜାମ କରିଥିଲେ। କିପରି ଭାବରେ ବିଜେପି ସରକାର ପ୍ରରୋଚନାରେ ଭୋଟ ଚୋରି ବା ବିଶେଷ ସଘନ ବା ସାର ସ୍ପେଶିଆଲ ଇନଟେସିଭ ରିଭିଜନ

ମାଧ୍ୟମରେ ୧୩ କୋଟି ରୁ ଅଧିକ ଭାରତୀୟ ଭୋଟରଙ୍କ ନାମ ଭୋଟ ତାଲିକାରୁ ବାଦ୍ ଦେଇଥିଲେ । ଏବଂ ତାଙ୍କ ଦ୍ଵାରା ନିଆଯାଇଥିବା ଏକପାଖିଆ ନିଷ୍ପଭି ସମ୍ପର୍କରେ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ ୧୦ ମାସ ଭିତରେ ୧୪ ଥର ଔପଚାରିକ ଭାବରେ ଆପତ୍ତି ଜଣାଇଥିଲେ। ଯାହା ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଖବର ରୂପେ ପ୍ରକାଶ ପାଇଥିଲା । ବିଭିନ୍ନ ଆପତ୍ତି ଗୁଡ଼ିକୁ ଏଡ଼େଇ ଯାଇ ମୁଖ୍ୟ କମିଶନର ବିଜେପିକୁ ସୁହାଇଲା ଭଳି ଏକ ପାଖିଆ ବେନିୟମ କାର୍ଯ୍ୟ କରିଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ଅଗଣତାନ୍ତ୍ରିକ କାର୍ଯ୍ୟ ଏବଂ ଭୋଟ ଚୋରୀ ସମ୍ପର୍କରେ ବାରମ୍ବାର ସତର୍କ କରାଉଥିଲେ। ଆଜି ଦୁଇ ନିର୍ବାଚନ କମିଶନରଙ୍କ ଖୁଲାସା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଦେଶବାସୀଙ୍କ ଆଗରେ ସତ୍ୟବୋଲି ପ୍ରମାଣିତ କରିଛି।ଆଜିର କାର୍ଯ୍ୟକ୍ରମରେ ପ୍ରିୟବ୍ରତ ସାମନ୍ତରାୟ, ବିଶ୍ୱଭୂଷଣ ଦାସ, ବିନାୟକ ଦାସ ମହାପାତ୍ର,ଜୟନାରୟଣ ପଟନାୟକ, ପ୍ରେମାନନ୍ଦ ମହାନ୍ତି, ସୁଜିତ ମହାପାତ୍ର, ବିଦୁଲତା ଆଚାର୍ଯ୍ୟ,ନିରଞ୍ଜନ ରଥ,ସରସ୍ବତୀ ପାତ୍ର, ସସ୍ମିତା ସ୍ୱାଇଁ,ମଧୁସ୍ମିତା ଦାଶ, ମମତା ସ୍ୱାଇଁ, ବିଶ୍ୱନାଥ ଦାଶ, ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର, ଉମା ବରାଳ, ବୈଦ୍ୟନାଥ ପାଣି, ଅମରେନ୍ଦ୍ର ପାଇକରାୟ,ସ୍ୱାଧୀନ ପଣ୍ଡା, ବୈଦ୍ୟନାଥ ପାଣି, କାଳୀ ନାୟକ, ବିଶ୍ୱରଂଜନ ସାମନ୍ତରାୟ,ଅଶ୍ୱିନୀ ବଳବନ୍ତରାୟ, ଚେତନ ମିଶ୍ର,ଆର୍ତତ୍ରାଣ ସାହୁ,ସ୍ମୃତି ପତି, ଅମୀୟ ମହାପାତ୍ର, ଗୋବିନ୍ଦ ମଲ୍ଲିକ ବିଭିନ୍ନ ବ୍ଲକ ସଭାପତି ଭାସ୍କର ସେଠ,ଅବଧୂତ ସ୍ୱାଇଁ, ଜିତୁ ପ୍ରକାଶ ପରିଡା, ନିର୍ମଳ ପରିଡା, ରଜନୀକାନ୍ତ ବସ୍ତିଆ,ପ୍ରତାପ ଖୁଣ୍ଟିଆ,ନିରଞ୍ଜନ ମିଶ୍ର, କିଶୋର ମହାନ୍ତି, କାଳନ୍ଦୀ ବାରିକ,କପିଳ ଷଡ଼ଙ୍ଗୀ,ସ୍ୱାଧୀନ ନାୟକ,ଶେଖ ଲିୟାକତ ଅଲି, ଜଗଜୀବନ ଶତପଥୀ, ଦୁର୍ଗା ସାମନ୍ତରାୟ, ରାଧାଶ୍ୟାମ ସାହୁ, ରଞ୍ଜନ ସାହୁ, ଉମା ବେହେରା,ମନୋଜ ମହାପାତ୍ର,ନିର୍ମଳ ସାମନ୍ତରାୟ,ସୁଶାନ୍ତ ମହାପାତ୍ର,ମନୋଜ ବେହେରା ଆଶୁତୋଷ ମିଶ୍ର,ଡକ୍ଟର ନିରଞ୍ଜନ ବିଶ୍ଵାଳ ,ଆଦର୍ଶ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande