
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ରାଜ୍ୟ ସରକାର ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗରିବ, ଅସହାୟ, ବୃଦ୍ଧ, ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତା ମାସିକ ୩ ହଜାର ଟଙ୍କା ଦିଆଯିବା ନିମନ୍ତେ ଘୋଷଣା କରିଥିଲେ। ଓଡ଼ିଶାର ୩୦ଗୋଟି ଜିଲ୍ଲା, ୩୧୪ ଗୋଟି ବ୍ଲକ୍ ଏବଂ ୮ ହଜାର ଗ୍ରାମ ପଂଚାୟତ, ମୁନିସିପାଲ୍ କର୍ପୋରେସନ୍ ଏବଂ ବିଜ୍ଞାପିତ ଅଞ୍ଚଳରେ ବସବାସ କରୁଥିବା ଗରିବ, ଅସହାୟ, ବିଧବା, ଅକ୍ଷମ ମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯାଉଛି ଏବଂ ବାର୍ଦ୍ଧକ୍ୟ ଲୋକମାନେ ବହୁତ ଅସୁବିଧାରେ ଦିନ କଟାଉଥିବା ବେଳେ ମାସକୁ ୩ହଜାର ଟଙ୍କା ପାଇବା ଅନେକ ପରିବାର ପୋଷଣରେ ସାହାଯ୍ୟ କରିବ ଏବଂ ଗରିବ ଅସହାୟଙ୍କ ସାହା ଭରସା ଭାବେ କାର୍ଯ୍ୟରେ ଲାଗିବ । ଗତ ତା ୨୫.୦୯.୨୦୨୬ରିଖ ବିଧାନସଭାରେ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଉତର ଦେଇଥିଲେ ଖୁବ୍ଶୀଘ୍ର ରାଜ୍ୟରେ ଥିବା ଅପେକ୍ଷାରତ ୬ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯିବ ଏବଂ ୫ ମାସ ବାକିଥିବା ଭତାଧିକାରୀମାନଙ୍କୁ ଖୁବ୍ଶୀଘ୍ର ଭତା ପ୍ରଦାନ କରାଯିବ । ‘ମାନନ୍ତେ ନ ଦିଅନ୍ତେ’ ଏହିଭଳି ବିବୃତି ମନ୍ତ୍ରୀ ଦେଇ ଚାଲିଛନ୍ତି । ପୂର୍ବରୁ ପ୍ରତି ମାସ ୧୫ ତାରିଖରେ ହିତାଧିକାରୀମାନଙ୍କୁ ଭତା ପ୍ରଦାନ କରାଯାଉଥିଲା । ସେହିପରି ପ୍ରତି ମାସରେ ପ୍ରତ୍ୟେକଙ୍କୁ ଭତା ପ୍ରଦାନ କରାଯିବା ନିମନ୍ତେ ମହାସଂଘର ରାଜ୍ୟ ସଭାପତି ଦିଗମ୍ବର ଜେନା ରାଜ୍ୟ ସରକାରଙ୍କ ନିକଟରେ ଦୃଢଭାବେ ଦାବି କରିଛନ୍ତି । ୩୦ ଗୋଟି ଜିଲ୍ଲାର ଭତା ହିତାଧିକାରୀମାନେ ଯୋଗଦେଇଥିଲେ । ମହାସଂଘ ପକ୍ଷରୁ ୪ଜଣିଆ ହିତାଧିକାରୀ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭ ସମାବେଶରେ ଅନୁଅର ଆଲାମ୍, ଜାନି ଖାନ୍, ଗିରିଜା ଭୂଷଣ ପଟ୍ଟନାୟକ, ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସରକାର ଖୁବ୍ଶୀଘ୍ର ୩ ହଜାର ଟଙ୍କା ଦେବା ନିମନ୍ତେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା