
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଅଫିସର ମାନେ
ସଠିକ ଦାୟିତ୍ୱ ତୁଲାଇଲେ ଅପମିଶ୍ରିତ ଖାଦ୍ୟ ବନ୍ଦ ହେବ ବୋଲି ବିଧାୟକ ସୌଭିକ ବିଶ୍ୱାଳ
କହିଛନ୍ତି । ସେ କହିଛନ୍ତି ଯେ, କଟକର ନିଆଳିରେ ସବୁଠୁ ଅଧିକ ଛେନା, ଅଧିକାଂଶ ଅପମିଶ୍ରିତ ପନିର, ଯାହା ବି ଖାଉଛେ ବିଷାକ୍ତ, ପନିର, କ୍ଷୀର,
ସ୍ୱଇଗି, ଜୋମାଟୋରେ ଆସୁଥିବା ପ୍ଲାଷ୍ଟିକରେ ଅଧିକାଂଶ
ଖାଦ୍ୟ ସବୁ ବିଷାକ୍ତ | ଏହା ଦୁଃଖ ଦାୟକ | ଭବିଷ୍ୟ
ପିଢ଼ି ସଠିକ ଭାବରେ ଜନ୍ମ ଲାଭ କରନ୍ତୁ | ମୋହନ ସରକାର ରାଜ୍ୟର
ପ୍ରଗତି ପାଇଁ ସୁନ୍ଦର କାମ କରୁଛନ୍ତି ଖାଦ୍ୟ ସୁରକ୍ଷାରୁ ନେଇ ମନ୍ତ୍ରୀ ଯାହା ଉତ୍ତର ରଖିଛନ୍ତି
ଖାଦ୍ୟ ସୁରକ୍ଷା ପାଇଁ ବ୍ଲକରୁ ଜିଲ୍ଲା ପର୍ଯ୍ୟନ୍ତ ଅଫିସରଙ୍କୁ ନିଯୁକ୍ତି ଦେଲେ | ଅଫିସର ମାନେ ସଠିକ ଦାୟିତ୍ୱ ତୁଲାଇଲେ ଏହା ବନ୍ଦ ହେବ | ରୋଷେଇ
ଘରୁ ପ୍ଲାଷ୍ଟିକ ହଟାଇବାକୁ ପଡିବ | ସବୁ ଦିଗକୁ ଲକ୍ଷ୍ୟ କରିବାର ସମୟ
ଆସିଛି | ଓଡ଼ିଶାରେ ଭଲ ଅଫିସର ଅଛନ୍ତି ଆଶା ଖାଦ୍ୟ ସୁରକ୍ଷାକୁ ନେଇ
ଆମ ରାଜ୍ୟ ଉଦାହରଣ ସାଜୁ |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା