ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗିତା ବିକାଶ ଉପରେ ଗୁରୁତ୍ୱ: ଅହମଦାବାଦରେ ଫ୍ୟାକଲ୍ଟି ମେଣ୍ଟର ଡେଭେଲପମେଣ୍ଟ ପ୍ରୋଗ୍ରାମରେ ଯୋଗଦେଲେ ଦୁଇ ଅଧ୍ୟାପକ
ଜୟପୁର,, 28 ସେପ୍ଟେମ୍ବର (ହି.ସ.) କ୍ୟାମ୍ପସ୍ରେ ଉଦ୍ୟୋଗିତା, ନବସୃଜନ ତଥା ଷ୍ଟାର୍ଟଅପ୍ ସଂସ୍କୃତିକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ନୂତନ କାର୍
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗିତା ବିକାଶ ଉପରେ ଗୁରୁତ୍ୱ: ଅହମଦାବାଦରେ ଫ୍ୟାକଲ୍ଟି ମେଣ୍ଟର ଡେଭେଲପମେଣ୍ଟ ପ୍ରୋଗ୍ରାମରେ ଯୋଗଦେଲେ ଦୁଇ ଅଧ୍ୟାପକ


ଜୟପୁର,, 28 ସେପ୍ଟେମ୍ବର (ହି.ସ.) କ୍ୟାମ୍ପସ୍ରେ ଉଦ୍ୟୋଗିତା, ନବସୃଜନ ତଥା ଷ୍ଟାର୍ଟଅପ୍ ସଂସ୍କୃତିକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ନୂତନ କାର୍ଯ୍ୟକ୍ରମ ଅଧୀନରେ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଛଅ ଦିନିଆ ‘ଫ୍ୟାକଲ୍ଟି ମେଣ୍ଟର ଡେଭେଲପମେଣ୍ଟ ପ୍ରୋଗ୍ରାମରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଦୁଇ ଜଣ ଅଧ୍ୟାପକ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଗୁଜରାଟର ଅହମଦାବାଦସ୍ଥିତ ପ୍ରତିଷ୍ଠିତ ଏଣ୍ଟରପ୍ରିନିୟରସିପ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିସରରେ ଗତ ସେପ୍ଟେମ୍ବର ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରୁ ମନୋନୀତ ୪୦ ଜଣ ଅଧ୍ୟାପକ ଭାଗ ନେଇଥିଲେ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ତଥା ପି.ଜି. ପରିଷଦ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ଏବଂ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି ପ୍ରତିନିଧିତ୍ୱ କରିଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରାୟୋଗିକ ପ୍ରଶିକ୍ଷଣ: ଏହି ୬ ଦିନିଆ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଉଦ୍ୟୋଗିତା ଓ ନୂତନ ଉଦ୍ଭାବନ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। କୌଣସି ବ୍ୟବସାୟିକ ଧାରଣା କୁ କିପରି ଏକ ସଫଳ ଉଦ୍ୟୋଗ ବା ଷ୍ଟାର୍ଟଅପ୍ରେ ପରିଣତ କରାଯାଇପାରିବ, ସେନେଇ ପ୍ରାୟୋଗିକ ଢାଞ୍ଚା ପ୍ରସ୍ତୁତ କରାଯାଇଥିଲା। ଏଥିସହ ପ୍ରଶିକ୍ଷାର୍ଥୀମାନେ ଗୁଜରାଟର ପ୍ରମୁଖ ଇନ୍କ୍ୟୁବେସନ୍ କେନ୍ଦ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୁପ୍ତ ଉଦ୍ୟୋଗୀ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ସାଇକୋମେଟ୍ରିକ୍ ପରୀକ୍ଷଣ ଉପକରଣ ବ୍ୟବହାର ଉପରେ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ୨୦-ସୂତ୍ରୀୟ କାର୍ଯ୍ୟଯୋଜନା: ପ୍ରଶିକ୍ଷଣ ପରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ କ୍ୟାମ୍ପସରେ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବା ପାଇଁ ଏକ ୨୦-ସୂତ୍ରୀୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ଚଳିତ ଶିକ୍ଷାବର୍ଷରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଯୋଜନା ମୁତାବକ: ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ‘ଉଦ୍ୟମିତା କେନ୍ଦ୍ର’ ପ୍ରତିଷ୍ଠା କରାଯିବ। ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ନିୟମିତ ସଚେତନତା ଶିବିର ତଥା ସ୍ୱତନ୍ତ୍ର ବୁଟ୍ କ୍ୟାମ୍ପ୍ ଆୟୋଜନ କରାଯିବ। ଶିଳ୍ପପତି ଓ ବିଶେଷଜ୍ଞମାନଙ୍କ ଜରିଆରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟକ୍ଷ ମେଣ୍ଟରିଂ (ମାର୍ଗଦର୍ଶନ) ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କ ନୂତନ ଉଦ୍ୟୋଗଗୁଡ଼ିକୁ ବଜାର ଓ ଶିଳ୍ପସଂସ୍ଥା ସହିତ ଯୋଡ଼ିବା ପାଇଁ ଆବଶ୍ୟକ ସହାୟତା ମିଳିବ। ଚାକିରି ଖୋଜିବା ନୁହେଁ, ଚାକିରି ଦେବା ଲକ୍ଷ୍ୟ: ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଆଜିର ଯୁବପିଢ଼ି କେବଳ ଚାକିରି ପଛରେ ନଗୋଡ଼ାଇ ନିଜେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତୁ— ଏହା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମନିର୍ଭରଶୀଳତା ଏବଂ ନୂତନ ଚିନ୍ତାଧାରାର ବିକାଶ ଘଟିବ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande