ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ କାମାଖ୍ୟା ମନ୍ଦିରରେ ଦର୍ଶନ କଲେ ଗୌତମ ଗମ୍ଭୀର
ଗୌହାଟୀ, ସେପ୍ଟେମ୍ବର 29 (ହି.ସ)। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଙ୍ଗଳବାର ଦିନ ଗୌହାଟୀର ପ୍ରସିଦ୍ଧ ମା କାମାଖ୍ୟା ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ। ବୁଧବାର ଦିନ ବରସପାରା
ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ କାମାଖ୍ୟା ମନ୍ଦିରରେ ଦର୍ଶନ କଲେ ଗୌତମ ଗମ୍ଭୀର


ଗୌହାଟୀ, ସେପ୍ଟେମ୍ବର 29 (ହି.ସ)। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଙ୍ଗଳବାର ଦିନ ଗୌହାଟୀର ପ୍ରସିଦ୍ଧ ମା କାମାଖ୍ୟା ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ।

ବୁଧବାର ଦିନ ବରସପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପୂର୍ବରୁ କାମାକ୍ଷା ମନ୍ଦିରକୁ ଗମ୍ଭୀରଙ୍କ ଗସ୍ତ ହୋଇଥିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ପାଇଁ ଉଭୟ ଦଳ ଗୌହାଟୀରେ ପହଞ୍ଚିଛନ୍ତି।

ତିରୁବନନ୍ତପୁରମରେ ପ୍ରଥମ ଦିନିକିଆ ଜିତିବା ପରେ ଭାରତ ସିରିଜରେ 1-0 ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର 30 ତାରିଖ ଅପରାହ୍ନ 2ଟାରୁ ଖେଳାଯିବ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande