ନେପାଳରେ ପ୍ରବଳ ବର୍ଷା, ବନ୍ୟା-ଭୂସ୍ଖଳନ ଯୋଗୁଁ ୨୭ ମୃତ, ୪ ନିଖୋଜ
କାଠମାଣ୍ଡୁ, ୨୯ ସେପ୍ଟେମ୍ବର (ହି.ସ.)- ସେପ୍ଟେମ୍ବର ୨୪ ରୁ ୨୭ ତାରିଖ ମଧ୍ୟରେ ନେପାଳରେ ପ୍ରବଳ ବର୍ଷା ହେତୁ ସାରା ଦେଶରେ ୫୪୨ଟି ବିପର୍ଯ୍ୟୟ ଘଟଣା ରେକର୍ଡ କରାଯାଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଅନୁଯାୟୀ, ଏହି ଘଟଣାରେ ଅତି କମ୍ରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନ
ନେପାଳରେ ପ୍ରବଳ ବର୍ଷା, ବନ୍ୟା-ଭୂସ୍ଖଳନ ଯୋଗୁଁ ୨୭ ମୃତ, ୪ ନିଖୋଜ


କାଠମାଣ୍ଡୁ, ୨୯ ସେପ୍ଟେମ୍ବର (ହି.ସ.)- ସେପ୍ଟେମ୍ବର ୨୪ ରୁ ୨୭ ତାରିଖ ମଧ୍ୟରେ ନେପାଳରେ ପ୍ରବଳ ବର୍ଷା ହେତୁ ସାରା ଦେଶରେ ୫୪୨ଟି ବିପର୍ଯ୍ୟୟ ଘଟଣା ରେକର୍ଡ କରାଯାଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଅନୁଯାୟୀ, ଏହି ଘଟଣାରେ ଅତି କମ୍ରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ଆଠ ଜଣ ଆହତ ହୋଇଛନ୍ତି ଏବଂ ୧,୦୮୨ ପରିବାର ପ୍ରଭାବିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୧୧୪ଟି ପଶୁ ମଧ୍ୟ ପ୍ରାଣ ହରାଇଥିଲେ ।

କର୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, ୩୦୪ଟି ଭୂସ୍ଖଳନ ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି, ଚାରି ଜଣ ନିଖୋଜ ଅଛନ୍ତି ଏବଂ ସାତ ଜଣ ଆହତ ହୋଇଛନ୍ତି । ଏଥି ସହିତ ୮୭ଟି ବନ୍ୟାଜନିତ ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା ଜନିତ ୧୫୧ଟି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ୨୨୭ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, ୧୪୨ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୩୧ଟି ସେତୁ କ୍ଷତିଗ୍ରସ୍ତ ହୋଇଛି, ଯାହା ଅନେକ ଅଂଚଳରେ ଯାତାୟାତ ଏବଂ ରିଲିଫ୍ କାର୍ଯ୍ୟକୁ ପ୍ରଭାବିତ କରିଛି ।

କର୍ତୃପକ୍ଷଙ୍କ ଅନୁଯାୟୀ, ଚାରି ଦିନ ମଧ୍ୟରେ ସାରା ଦେଶରେ ୧୮୬ଟି ବର୍ଷା ପରିମାପକ ଷ୍ଟେସନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ପୂର୍ବ ନୱଲପରାସିର ଦେଉଢଗାଓଁରେ ସର୍ବାଧିକ ୫୪୪.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି କାସ୍କିର ପଂଚାସେ ରେ ୫୦୦.୨ ମି.ମି. ଏବଂ ତନହୁଁର ଆଟ୍ରୋଲିଟାର୍ ରେ ୪୭୨ ମିଲିମିଟର ବର୍ଷା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande