ହାଇଦ୍ରାବାଦରେ ଗଞ୍ଜେଇ ତସ୍କର ନୀତୁ ବାଇଙ୍କ ଠିକଣାରେ ଇଡିର ଚଢ଼ାଉ
ହାଇଦ୍ରାବାଦ, ୦୩ ସେପ୍େଟମ୍ବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ହାଇଦ୍ରାବାଦରେ କୁଖ୍ୟାତ ଗଞ୍ଜେଇ ତସ୍କର ନୀତୁ ବାଇଙ୍କ ଠିକଣାରେ ମନି ଲଣ୍ଡରିଂ ଯାଂଚ ଅଧୀନରେ ବଡ଼ ଧରଣର ଚଢ଼ାଉ କରିଛି। ଗଞ୍ଜେଇ ସହ ଜଡ଼ିତ ଅନେକ ମାମଲାରେ ନୀତୁ ବାଇ ବର୍ତମାନ ଫେରାର ଅଛନ୍ତି। ଇଡି ଏହି ଯାଂଚ ତେଲଙ୍
ହାଇଦ୍ରାବାଦରେ ଗଞ୍ଜେଇ ତସ୍କର ନୀତୁ ବାଇଙ୍କ ଠିକଣାରେ ଇଡିର ଚଢ଼ାଉ


ହାଇଦ୍ରାବାଦ, ୦୩ ସେପ୍େଟମ୍ବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ହାଇଦ୍ରାବାଦରେ କୁଖ୍ୟାତ ଗଞ୍ଜେଇ ତସ୍କର ନୀତୁ ବାଇଙ୍କ ଠିକଣାରେ ମନି ଲଣ୍ଡରିଂ ଯାଂଚ ଅଧୀନରେ ବଡ଼ ଧରଣର ଚଢ଼ାଉ କରିଛି। ଗଞ୍ଜେଇ ସହ ଜଡ଼ିତ ଅନେକ ମାମଲାରେ ନୀତୁ ବାଇ ବର୍ତମାନ ଫେରାର ଅଛନ୍ତି।

ଇଡି ଏହି ଯାଂଚ ତେଲଙ୍ଗାନାର 'ଏଲିଟ୍ ଆକ୍ସନ ଗ୍ରୁପ୍ ଫର୍ ଡ୍ରଗ୍ ଲ ଏନଫୋର୍ସମେଂଟ (ଇଗଲ୍) ଦ୍ୱାରା ଦାଖଲ ଏଫଆଇଆର ଆଧାରରେ ଆରମ୍ଭ କରିଛି। ଜୁନରେ ନାନକରାମଗୁଡ଼ାରେ ଇଗଲର ଏକ ବିଶେଷ ଅଭିଯାନ ସମୟରେ ସେ ଗିରଫରୁ ବଂଚି ଖସି ପଳାଇଥିଲେ। ଧୂଲପେଟର ବାସିନ୍ଦା ୪୮ ବର୍ଷୀୟ ନୀତୁ ବାଇ କଥିତ ଭାବେ ନାନକରାମଗୁଡ଼ାର ଲୋଧା ବସ୍ତିରୁ ଗଞ୍ଜେଇ ବିକ୍ରି କରୁଥିଲେ, ଯେଉଁଥିରେ ତାଙ୍କର ମୁଖ୍ୟ ଟାର୍ଗେଟ୍ ଆଇଟି କରିଡୋରରେ କାମ କରୁଥିବା ସଫ୍ଟୱେର ପେସାଦାର ଥିଲେ। ଅଧିକାରୀମାନେ କହିଛନ୍ତି ଯେ ସେ ନିଜ ସହଯୋଗୀମାନଙ୍କ ମାଧ୍ୟମରେ ଏହି କାମ କରି ଏକ ବର୍ଷରୁ ଅଧିକ ସମୟ ଧରି ଅଣ୍ଡରଗ୍ରାଉଣ୍ଡ ଅଛନ୍ତି।

ଏନଡିପିଏସ ଆଇନ ଅଧୀନରେ ୨୦ରୁ ଅଧିକ ମାମଲା, ଦୈନିକ ହାରାହାରି ପ୍ରାୟ ୨.୬୦ ଲକ୍ଷ ଟଙ୍କାର ଆୟ ଏବଂ କୋଟି କୋଟି ଟଙ୍କାର ଅଚଳ ସମ୍ପତିର ମାଲିକାଣୀ ନୀତୁ ବାଇ ପୋଲିସର ମୋଷ୍ଟ ୱାଂଟଡ୍ ତାଲିକାରେ ଶୀର୍ଷରେ ଅଛନ୍ତି। ନିକଟରେ ଗିରଫ ହୋଇଥିବା ମହିଳା ଡନ୍ ଅଙ୍ଗୁରୀ ବାଇଙ୍କ ଘନିଷ୍ଠ ସମ୍ପର୍କୀୟ ନୀତୁ ବାଇ ଓରଫ ଗଞ୍ଜେଇ ନୀତୁ' ଓରଫ ଗଞ୍ଜେଇ ବାଇ' ଓରଫ ଗଞ୍ଜେଇ କଲାବତୀ'ଙ୍କୁ ଧରିବା ପାଇଁ ଟିଜି-ଏସଟିଏଫର ବିଶେଷ ଟିମ୍ଗୁଡ଼ିକ ଜାଲ ବିଛାଇଥିଲେ।

ତାଙ୍କୁ ଅଗଷ୍ଟ ୨୦୨୩ରେ ଟିଜିଏଏନବି ଏବଂ ଗୋଲକୋଣ୍ଡା ପୋଲିସ ଗିରଫ କରିଥିଲା। ସେତେବେଳେ ଯାଂଚରୁ ଜଣାପଡ଼ିଥିଲା ଯେ ତାଙ୍କ ପାଖରେ ୧୮୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ବାଲାନ୍ସ ଏବଂ ୪.୮୦ କୋଟି ଟଙ୍କାରୁ ଅଧିକ ଅଚଳ ସମ୍ପତି ଥିଲା, ଯାହାକୁ ପୋଲିସ ଜବତ କରିଥିଲା। ତେବେ, ପରେ ସେ ଜାମିନରେ ମୁକ୍ତ ହୋଇଥିଲେ ଏବଂ ସେ ନିଜର ଅବୈଧ କାର୍ଯ୍ୟକଳାପ ପୁଣି ଆରମ୍ଭ କରିଥିଲେ।

----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande