୨୯୦ କୋଟି ଟଙ୍କାର ଋଣ ଠକେଇ ମାମଲା : କୋଲକାତା-ହାୱଡ଼ା ସମେତ ୧୧ ସ୍ଥାନରେ ଇଡି ଚଢ଼ଉ
କୋଲକାତା/ହାୱଡ଼ା, ୩ ସେପ୍ଟେମ୍ବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଏକ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଏକକାଳୀନ ଚଢ଼ଉ କରିଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଦଳ ସକାଳଠାରୁ କୋଲକାତା ଏବଂ ହାୱଡା ସମେତ ପ୍ରାୟ ୧୧ଟି ସ୍ଥାନରେ
୨୯୦ କୋଟି ଟଙ୍କାର ଋଣ ଠକେଇ ମାମଲା : କୋଲକାତା-ହାୱଡ଼ା ସମେତ ୧୧ ସ୍ଥାନରେ ଇଡି ଚଢ଼ଉ


କୋଲକାତା/ହାୱଡ଼ା, ୩ ସେପ୍ଟେମ୍ବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଏକ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଏକକାଳୀନ ଚଢ଼ଉ କରିଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଦଳ ସକାଳଠାରୁ କୋଲକାତା ଏବଂ ହାୱଡା ସମେତ ପ୍ରାୟ ୧୧ଟି ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ ।

ତଦନ୍ତ ଏଜେନ୍ସିର ସୂତ୍ର ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ପ୍ରାୟ ୨୯୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଦୁର୍ନୀତି ସହିତ ଜଡ଼ିତ । ଝାଡ଼ଖଣ୍ଡରେ ଏକ ୬୬ ମେଗାୱାଟ୍ ପାୱାର ପ୍ଲାଂଟ ପାଇଁ ଏକ ପ୍ରକଳ୍ପ ନାମରେ ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୨୯୦ କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି ଯେ, ଋଣ ରାଶି ନିର୍ଦ୍ଧାରିତ ପ୍ରକଳ୍ପରେ ବ୍ୟବହାର କରାଯିବା ପରିବର୍ତେ ଅନେକ ନକଲି କମ୍ପାନୀର ବ୍ୟାଙ୍କ ଆକାଉଂଟକୁ ସ୍ଥାନାନ୍ତର କରାଯାଇଥିଲା ।

ସମାନ ଆର୍ôଥକ ଠକେଇର ଅନୁସନ୍ଧାନର ଏକ ଅଂଶ ଭାବରେ, ଇଡି ଅଧିକାରୀମାନେ ସମ୍ପୃକ୍ତ କମ୍ପାନୀର ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀଙ୍କ ଆବାସିକ ଏବଂ ଅନ୍ୟାନ୍ୟ ପରିସରରେ ଏକକାଳୀନ ତଲାସୀ ଆରମ୍ଭ କରିଥିଲେ ।

ଇଡି ଟିମ୍ ହାୱଡ଼ାର ବାଲି ଅଂଚଳରେ କେ.ପି. କୁମାର ଷ୍ଟ୍ରିଟ୍ ସ୍ଥିତ ଏକ ଆବାସିକ ପରିସରର ତୃତୀୟ ମହଲାରେ ଥିବା ଅଗ୍ରୱାଲ ପରିବାରର ଫ୍ଲାଟରେ ମଧ୍ୟ ପହଂଚି ଥିଲା । ଅଧିକାରୀମାନେ ସେଠାରେ ଦସ୍ତାବିଜ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ପ୍ରମାଣ ଯାଂଚ୍ କରିବା ଆରମ୍ଭ କରିଥିଲେ ।

ଏହା ବ୍ୟତୀତ କୋଲକାତାର ବିଭିନ୍ନ ଅଂଚଳରେ କମ୍ପାନୀର ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିସରରେ ମଧ୍ୟ ଖୋଜାଖୋଜି କରାଯାଉଛି । ପଶ୍ଚିମବଙ୍ଗ ବ୍ୟତୀତ ଇଡି ଦଳ ଝାଡ଼ଖଣ୍ଡରେ ନିଜ ନିଜ ସ୍ଥାନରେ ମଧ୍ୟ ଖୋଜାଖୋଜି କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande