ଉଚିତ ସଂରକ୍ଷଣ ମିଳିଲେ ସାଧାରଣ ଗୁଣ ମଧ୍ୟ ସର୍ବୋଚ୍ଚ ଶ୍ରେଷ୍ଠତା ଓ ପ୍ରତିଷ୍ଠା ହାସଲ କରିଥାଏ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ଅଗଷ୍ଟ 3 (ହି.ସ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଶେୟାର କରିଥିବା ‘ସୁଭାଷିତମ୍’ରେ ଉଚିତ ସଂରକ୍ଷଣ ମିଳିଲେ ସାଧାରଣ ଗୁଣ ମଧ୍ୟ ପରମ ଶ୍ରେଷ୍ଠତା ଓ ପ୍ରତିଷ୍ଠା ହାସଲ କରିଥାଏ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ସଂସ୍କୃତର ଏକ ଶ୍ଲୋକ ଶେୟାର କରି
प्रधानमंत्री नरेन्द्र मोदी (फाइल फोटो)


ନୂଆଦିଲ୍ଲୀ, ଅଗଷ୍ଟ 3 (ହି.ସ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଶେୟାର କରିଥିବା ‘ସୁଭାଷିତମ୍’ରେ ଉଚିତ ସଂରକ୍ଷଣ ମିଳିଲେ ସାଧାରଣ ଗୁଣ ମଧ୍ୟ ପରମ ଶ୍ରେଷ୍ଠତା ଓ ପ୍ରତିଷ୍ଠା ହାସଲ କରିଥାଏ ବୋଲି ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ସଂସ୍କୃତର ଏକ ଶ୍ଲୋକ ଶେୟାର କରି ଲେଖିଛନ୍ତି, “‘ପାତ୍ରବିଶେଷେ ନ୍ୟସ୍ତଂ ଗୁଣାନ୍ତରଂ ବ୍ରଜତି ଶିଳ୍ପମାଧାତୁଃ। ଜଲମିବ ସମୁଦ୍ରଶୁକ୍ତୌ ମୁକ୍ତାଫଳତାଂ ପୟୋଦୟସ୍ୟ।।’

ଏହାର ଅର୍ଥ ହେଉଛି, କୌଣସି ବ୍ୟକ୍ତି କିମ୍ବା ବସ୍ତୁର ସାର୍ଥକତା ଓ ତାହାର ଉନ୍ନତି ଏହା ଉପରେ ନିର୍ଭର କରେ ଯେ, ତାହାକୁ କିପରି ପାତ୍ର କିମ୍ବା ପରିବେଶ ମିଳୁଛି। ଯେପରି ସାଧାରଣ ଜଳ ମଧ୍ୟ ଶୁକ୍ତି (ସିପି)ର ସଂସ୍ପର୍ଶରେ ଆସି ଅମୂଲ୍ୟ ମୋତିରେ ପରିଣତ ହୋଇଯାଏ, ସେହିପରି ଉଚିତ ଓ ସୁଯୋଗ୍ୟ ଆଶ୍ରୟ ମିଳିଲେ ସାଧାରଣ ଗୁଣ ମଧ୍ୟ ପରମ ଶ୍ରେଷ୍ଠତା ଓ ପ୍ରତିଷ୍ଠା ହାସଲ କରିଥାଏ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande