ଭାରତ-ବେଲଜିୟମ ପ୍ରତିରକ୍ଷା ସମ୍ପର୍କ ଏବଂ ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ଉପରେ ହେଲା ଆଲୋଚନା
ନୂଆଦିଲ୍ଲୀ, ୦୩ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କ ସହ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଲଜିୟମର ପ୍ରତିରକ୍ଷା ଏବଂ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଥିଓ ଫ୍ରାଙ୍କେନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏଠାରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍
ଭାରତ-ବେଲଜିୟମ ପ୍ରତିରକ୍ଷା ସମ୍ପର୍କ ଏବଂ ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ଉପରେ ହେଲା ଆଲୋଚନା


ନୂଆଦିଲ୍ଲୀ, ୦୩ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କ ସହ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଲଜିୟମର ପ୍ରତିରକ୍ଷା ଏବଂ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଥିଓ ଫ୍ରାଙ୍କେନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏଠାରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ଭାରତ-ବେଲଜିୟମ ପ୍ରତିରକ୍ଷା ସମ୍ପର୍କ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ବୈଠକ ସମୟରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ଅଧୀନରେ ଅନେକ ବୁଝାମଣାପତ୍ର ଏବଂ ଚୁକ୍ତିନାମାରେ ସ୍ୱାକ୍ଷର କରାଯାଇଛି।

ଆଲୋଚନା ସମୟରେ ରାଜନାଥ ସିଂହ କହିଛନ୍ତି ଯେ ବିଶ୍ୱ ଏହି ସମୟରେ ଗମ୍ଭୀର ଭୂ-ରାଜନୈତିକ ଏବଂ ଆର୍ôଥକ ଅସ୍ଥିରତାର ଦୌର ଦେଇ ଗତି କରୁଛି। ଏପରି ସମୟରେ ଭାରତର ବନ୍ଧୁ ଏବଂ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବେଲଜିୟମ ସହ ଚିନ୍ତାଧାରା ଏବଂ ଦୃଷ୍ଟିକୋଣର ଆଦାନ-ପ୍ରଦାନ ଗୁରୁତ୍ୱପୂର୍ଣ୍ଣ। ଭାରତ ଏବଂ ବେଲଜିୟମ ମଧ୍ୟରେ ସମ୍ପର୍କ ପାରସ୍ପରିକ ସମ୍ମାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥା ପ୍ରତି ସାଧାରଣ ପ୍ରତିବଦ୍ଧତା ଉପରେ ଆଧାରିତ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଜୁଲାଇରେ ହୋଇଥିବା ଭାରତ-ବେଲଜିୟମ ରଣନୈତିକ ସଂଳାପ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଷ୍ଠାନଗତ ଢାଂଚା ପ୍ରଦାନ କରେ। ସେ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବିସ୍ତାର ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ଥିବା ଦର୍ଶାଇ ବେଲଜିୟମ ଏବଂ ଭାରତୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ମଧ୍ୟରେ ଅଧିକ ସହଯୋଗକୁ ସ୍ୱାଗତ କରିଛନ୍ତି।

ବୈଠକ ପରେ ରାଜନାଥ ସିଂହ କହିଛନ୍ତି ଯେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗର ସମ୍ପୂର୍ଣ୍ଣ ପରିସରର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ପ୍ରତିରକ୍ଷା ଶିଳ୍ପ ସହଯୋଗ ଅଧୀନରେ ଅନେକ ବୁଝାମଣାପତ୍ର ଏବଂ ଚୁକ୍ତିନାମାରେ ସ୍ୱାକ୍ଷର କରାଯାଇଛି, ଯାହାର ଉଦ୍ଦେଶ୍ୟ ବେଲଜିୟମର ପ୍ରଯୁକ୍ତିକୁ ଭାରତର ଦକ୍ଷତା ଏବଂ ବୃହତ ଶିଳ୍ପ ସ୍ତର ସହ ଯୋଡ଼ିବା।

ଥିଓ ଫ୍ରାଙ୍କେନ ଆଲୋଚନାରେ ଭାରତ ସହ ପ୍ରତିରକ୍ଷା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବେଲଜିୟମ ପାଖରେ ଯଥେଷ୍ଟ ବୈଷୟିକ କ୍ଷମତା ରହିଛି, କିନ୍ତୁ ଭବିଷ୍ୟତର ପ୍ରକଳ୍ପଗୁଡ଼ିକ ପାଇଁ ଭାରତ ଭଳି ଦେଶଗୁଡ଼ିକ ସହ ସହଯୋଗ ଆବଶ୍ୟକ। ସେ ଭାରତକୁ ଉଚ୍ଚ ପ୍ରଯୁକ୍ତି ସମ୍ପନ୍ନ ଦେଶ ବୋଲି କହିବା ସହ ଉଭୟ ଦେଶ ପରସ୍ପରଠାରୁ ବହୁତ କିଛି ଶିଖିପାରିବେ ବୋଲି କହିଛନ୍ତି।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande