
ନୂଆଦିଲ୍ଲୀ, ୦୩ ସେପ୍େଟମ୍ବର (ହି.ସ.)- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନୂଆଦିଲ୍ଲୀରେ ଡିଫେନ୍ସ ଡିପ୍ଲୋମେସି ଉପରେ ‘ପ୍ରତିରକ୍ଷା’ ଡକ୍ୟୁମେଂଟ ଜାରି କରିଛନ୍ତି। ଏଥିରେ ଆଗାମୀ ୧୦ ବର୍ଷରେ ଗ୍ଲୋବାଲ ଡିଫେନ୍ସ ପାର୍ଟନରଶିପ ପାଇଁ ଭାରତର ଷ୍ଟ୍ରାଟେଜିକ ରୋଡମ୍ୟାପ ଏବଂ ଭିଜନ ବିଷୟରେ କୁହାଯାଇଛି। ଏହି ଡକ୍ୟୁମେଂଟ ଭାରତର ଷ୍ଟ୍ରାଟେଜିକ ଯୋଗଦାନରେ ପରିବର୍ତନକୁ ଦର୍ଶାଉଛି, ଯାହା ଦୀର୍ଘ ସମୟର ସ୍ଥିରତା ଏବଂ ପାରସ୍ପରିକ ବିକାଶକୁ ପ୍ରୋତ୍ସାହନ ଦେବ।
ଏହି ରୋଡମ୍ୟାପରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସୁରକ୍ଷା ସହଯୋଗକୁ ମଜବୁତ କରିବା ପାଇଁ ରଣନୈତିକ ସହଭାଗିତା, ମିଳିତ ସାମରିକ ଅଭ୍ୟାସ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଢ଼ାଇବା ଏବଂ ବନ୍ଧୁ ଦେଶମାନଙ୍କ ସହ ସର୍ବୋତମ ପ୍ରଥା ବାଂଟିବା, ଦେଶକୁ ଏକ ବିଶ୍ୱସନୀୟ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ମେକ୍-ଇନ୍-ଇଣ୍ଡିଆ ଡିଫେନ୍ସ ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦିଆଯାଇଛି।
ଏହା ବ୍ୟତୀତ ସାମୁଦ୍ରିକ ସୁରକ୍ଷା ଅଧୀନରେ ହିନ୍ଦ୍ ମହାସାଗର ଅଂଚଳରେ ସୁରକ୍ଷା ପ୍ରଦାନକାରୀ ଏବଂ ପ୍ରଥମ ପ୍ରତିକ୍ରିୟାକାରୀ ଭାବେ ଭାରତର ଭୂମିକାକୁ ମଜବୁତ କରିବାକୁ କୁହାଯାଇଛି, କାରଣ ପ୍ରତିରକ୍ଷା କୂଟନୀତି ଭାରତର ବୈଦେଶିକ ନୀତିର ଏକ ମୁଖ୍ୟ ସ୍ତମ୍ଭ। ଏହି ଡକ୍ୟୁମେଂଟ ଆଗାମୀ ଦଶନ୍ଧି ପାଇଁ ସ୍ପଷ୍ଟ କାର୍ଯ୍ୟାନ୍ୱୟନଯୋଗ୍ୟ ଦୃଷ୍ଟି ଦେଇଛି, ଯାହାଦ୍ୱାରା ପରିବର୍ତିତ ଗ୍ଲୋବାଲ ପରିବେଶରେ ଭାରତ ଶାନ୍ତି, ସ୍ଥିରତା ଏବଂ ନିୟମ-ଆଧାରିତ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିପାରିବ।
ଏହି ଅବସରରେ ସେନା ପ୍ରମୁଖ ଜେନେରାଲ ଧୀରଜ ସେଠ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ, ସଚିବ (ପ୍ରତିରକ୍ଷା ଉତ୍ପାଦନ) ସଞ୍ଜୀବ କୁମାର, ସେକ୍ରେଟାରୀ (ଇଷ୍ଟ), ବୈଦେଶିକ ମନ୍ତ୍ରଣାଳୟ ରୁଦ୍ରେନ୍ଦ୍ର ଟଣ୍ଡନ, ଉପ ବାୟୁସେନା ପ୍ରମୁଖ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ, ଉପ ନୌସେନା ପ୍ରମୁଖ ଭାଇସ୍ ଆଡମିରାଲ ଅଜୟ କୋଚର, ଚିଫ୍ ଅଫ୍ ଇଂଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫରୁ ଚିଫ୍ସ ଅଫ୍ ଷ୍ଟାଫ କମିଟିର ଚେୟାରମ୍ୟାନ ଏୟାର ମାର୍ଶାଲ ତେଜିନ୍ଦର ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ