ଉପରାଷ୍ଟ୍ରପତି ସେଶେଲ୍ସର ସଂସଦୀୟ ପ୍ରତିନିଧିମଣ୍ଡଳ ସହ ସାମୁଦ୍ରିକ ସୁରକ୍ଷା ଏବଂ ଏଆଇ ସହଯୋଗ ଉପରେ କଲେ ଆଲୋଚନା
ନୂଆଦିଲ୍ଲୀ, ୦୩ ସେପ୍େଟମ୍ବର (ହି.ସ.)- ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗୁରୁବାର ସଂସଦ ଭବନରେ ସେଶେଲ୍ସର ନ୍ୟାସନାଲ ଆସେମ୍ବଲିର ଅଧ୍ୟକ୍ଷ (ସ୍ପିକର) ଅଜାରେଲ ଅର୍ନେଷ୍ଟାଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ସେଶେଲ୍ସର ସଂସଦୀୟ ପ୍ରତିନିଧିମଣ୍ଡଳକୁ ଉଷ୍ମତାର ସହ ସ୍ୱାଗତ କରିଥିଲେ। ଉପରାଷ୍ଟ୍ର
ଉପରାଷ୍ଟ୍ରପତି ସେଶେଲ୍ସର ସଂସଦୀୟ ପ୍ରତିନିଧିମଣ୍ଡଳ ସହ ସାମୁଦ୍ରିକ ସୁରକ୍ଷା ଏବଂ ଏଆଇ ସହଯୋଗ ଉପରେ କଲେ ଆଲୋଚନା


ନୂଆଦିଲ୍ଲୀ, ୦୩ ସେପ୍େଟମ୍ବର (ହି.ସ.)- ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗୁରୁବାର ସଂସଦ ଭବନରେ ସେଶେଲ୍ସର ନ୍ୟାସନାଲ ଆସେମ୍ବଲିର ଅଧ୍ୟକ୍ଷ (ସ୍ପିକର) ଅଜାରେଲ ଅର୍ନେଷ୍ଟାଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ସେଶେଲ୍ସର ସଂସଦୀୟ ପ୍ରତିନିଧିମଣ୍ଡଳକୁ ଉଷ୍ମତାର ସହ ସ୍ୱାଗତ କରିଥିଲେ।

ଉପରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ, ଏହି ବୈଠକ ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ରଣନୈତିକ ଏବଂ ବିକାଶମୂଳକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ମୁଖ୍ୟତଃ ସାମୁଦ୍ରିକ ସୁରକ୍ଷା, ନବୀକରଣୀୟ ଶକ୍ତି, ସାମୁଦ୍ରିକ ଖାଦ୍ୟ ପଦାର୍ଥ (ସି-ଫୁଡ) ବାଣିଜ୍ୟରେ ସହଯୋଗ ଏବଂ କ୍ଷମତା ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ-ସେଶେଲ୍ସ ଭାଗିଦାରିକୁ ଆହୁରି ସୁଦୃଢ଼ କରିବା ଉପରେ କେନ୍ଦ୍ରିତ ରହିଥିଲା।

ଏହି ଅବସରରେ ଉପରାଷ୍ଟ୍ରପତି ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଭାରତ ଏବଂ ସେଶେଲ୍ସର ଅଟୁଟ ଦ୍ୱିପାକ୍ଷିକ ସମ୍ପର୍କକୁ ଦୋହରାଇଥିଲେ। ସେ ସଂସଦୀୟ କାର୍ଯ୍ୟପ୍ରଣାଳୀରେ ସୁଧାର ଏବଂ ଦକ୍ଷତା ବୃଦ୍ଧି ପାଇଁ ସେଶେଲ୍ସ ସହ ଭାରତର ଏଆଇ ବିଶେଷଜ୍ଞତା ବିଶେଷକରି ଅନୁବାଦ ଏବଂ ଡିଜିଟାଲ ଅଭିଲେଖାଗାର କ୍ଷେତ୍ରରେ ସେୟାର କରିବାକୁ ପ୍ରସ୍ତୁତି ବ୍ୟକ୍ତ କରିଥିଲେ। ଏହା ସହିତ, ସେ ଦୁଇ ଦେଶ ମଧ୍ୟରେ ସଂସଦୀୟ ସ୍ତରରେ ଆହୁରି ଘନିଷ୍ଠ ସହଯୋଗ ଏବଂ ଆଦାନ-ପ୍ରଦାନକୁ ସ୍ୱାଗତ କରିଥିଲେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande