କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଉଚ୍ଚସ୍ତରୀୟ ବୈଠକ
ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ-ବ୍ୟାଙ୍କ ଲିଙ୍କେଜ୍ ଓ ବ୍ୟକ୍ତିଗତ ଉଦ୍ୟୋଗ ଅର୍ଥପୋଷଣର ସମୀକ୍ଷା ମହିଳା ଉଦ୍ୟୋଗୀଙ୍କ ପାଇଁ ଦ୍ରୁତ, ପର୍ଯ୍ୟାପ୍ତ ଓ ସୁଗମ ଋଣ ବ୍ୟବସ୍ଥା ପାଇଁ ଠୋସ୍ ରୋଡମ୍ୟାପ୍: ଶ୍ରୀ ଶିବରାଜ ସିଂହ ବିକ
ବୈଠକ


ଜାତୀୟ ଗ୍ରାମୀଣ ଜୀବିକା

ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ-ବ୍ୟାଙ୍କ ଲିଙ୍କେଜ୍ ଓ ବ୍ୟକ୍ତିଗତ ଉଦ୍ୟୋଗ ଅର୍ଥପୋଷଣର

ସମୀକ୍ଷା

ମହିଳା ଉଦ୍ୟୋଗୀଙ୍କ ପାଇଁ

ଦ୍ରୁତ, ପର୍ଯ୍ୟାପ୍ତ ଓ ସୁଗମ ଋଣ ବ୍ୟବସ୍ଥା ପାଇଁ ଠୋସ୍

ରୋଡମ୍ୟାପ୍: ଶ୍ରୀ ଶିବରାଜ ସିଂହ

ବିକଶିତ ଭାରତ ନିର୍ମାଣରେ

ମହିଳା ସଶକ୍ତିକରଣ ପ୍ରାଥମିକ ଆବଶ୍ୟକତା: ଶ୍ରୀ ଶିବରାଜ ସିଂହ ଚୌହାନ

୩ କୋଟିରୁ ୬ କୋଟି ‘ଲଖପତି

ଦିଦି’ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍ ପୂରଣ ପାଇଁ ସଂକଳ୍ପ: ଶ୍ରୀ

ଶିବରାଜ ସିଂହ

୫ ବର୍ଷରେ ସ୍ୱୟଂ ସହାୟକ

ଗୋଷ୍ଠୀଗୁଡ଼ିକୁ ୧୦ ଲକ୍ଷ କୋଟି ଟଙ୍କା ଓ ବ୍ୟକ୍ତିଗତ ଦିଦିମାନଙ୍କୁ ୧ ଲକ୍ଷ କୋଟି ଟଙ୍କାର ଋଣ:

ଶ୍ରୀ ଶିବରାଜ ସିଂହ

ପ୍ରତି ୩ ମାସରେ ଭର୍ଚୁଆଲ୍

ଏବଂ ପ୍ରତି ୬ ମାସରେ ସାକ୍ଷାତ ସମୀକ୍ଷା: ପ୍ରତିଶ୍ରୁତିଗୁଡ଼ିକର ସମୟବଦ୍ଧ ନିରୀକ୍ଷଣ: ଶ୍ରୀ

ଶିବରାଜ ସିଂହ ଚୌହାନ

ଯେଉଁଠାରେ ଦାରିଦ୍ର୍ୟ ଅଧିକ, ସେଠାରେ ଋଣ ସୁବିଧା ଅଧିକ: ହେଲ୍ପଲାଇନ୍

ମାଧ୍ୟମରେ ଦିଦିମାନେ ପାଇବେ ସହାୟତା: ଶ୍ରୀ ଶିବରାଜ ସିଂହ

ବ୍ୟାଙ୍କ ସ୍ତରରେ ପ୍ରଶିକ୍ଷଣ

ଓ ସମ୍ବେଦନଶୀଳତା: ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକରେ ଘରୋଇ ବ୍ୟାଙ୍କରମାନଙ୍କ ଉପସ୍ଥିତି

ସୁନିଶ୍ଚିତ କରାଯିବ: ଶ୍ରୀ ଶିବରାଜ ସିଂହ

ନୂଆଦିଲ୍ଲୀ, 3 ସେପ୍ଟେମ୍ବର

(ହି.ସ) କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ

ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ମୁମ୍ବାଇରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ

ଗ୍ରାମୀଣ ଜୀବିକା ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ-ବ୍ୟାଙ୍କ ଲିଙ୍କେଜ୍ ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ ଅର୍ଥପୋଷଣର ସମୀକ୍ଷା

କରାଯାଇ ମହିଳା ଉଦ୍ୟୋଗୀଙ୍କ ପାଇଁ ଦ୍ରୁତ, ପର୍ଯ୍ୟାପ୍ତ ଓ ସୁଗମ ଋଣ

ବ୍ୟବସ୍ଥା ପାଇଁ ଏକ ଠୋସ୍ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏଥିସହ ଏକ ହେଲ୍ପଲାଇନ୍

ବ୍ୟବସ୍ଥା ପାଇଁ ମଧ୍ୟ ଶ୍ରୀ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଏସଏଚଜିର ଦିଦିମାନେ, ବ୍ୟାଙ୍କରମାନେ, ରାଜ୍ୟ

ଗ୍ରାମୀଣ ଜୀବିକା ମିଶନର ଅଧିକାରୀ, ଭାରତୀୟ ରିଜର୍ଭ ବ୍ୟାଙ୍କ,

ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ

ଯୋଗଦେଇଥିଲେ। ଋଣ ପ୍ରକ୍ରିୟାରେ ରହିଥିବା ପ୍ରତିବନ୍ଧକ, ଆଞ୍ଚଳିକ

ଅସମାନତା ଏବଂ ଏହାର ସମାଧାନର ବିଭିନ୍ନ ଉପାୟ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଶ୍ରୀ

ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱୟଂ

ସହାୟକ ଗୋଷ୍ଠୀର ଦିଦିମାନଙ୍କ ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ପାଇଁ ଏକ

ଠୋସ୍ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବୈଠକରେ କେବଳ ତଥ୍ୟ ଓ ପରିସଂଖ୍ୟାନର ସମୀକ୍ଷା

କରାଯାଇନଥିଲା, ବରଂ ଋଣ ମଞ୍ଜୁରିରେ

ବିଳମ୍ବ, କାଗଜପତ୍ର ପ୍ରକ୍ରିୟା, ଛୋଟ ଋଣ

ସୀମା ଏବଂ ଶାଖାସ୍ତରୀୟ ସମସ୍ୟା ଭଳି ତୃଣମୂଳସ୍ତରର ସମସ୍ୟାଗୁଡ଼ିକ ଉପରେ ମଧ୍ୟ ବିସ୍ତୃତ

ଆଲୋଚନା ହୋଇଥିଲା।

ବୈଠକରେ କେନ୍ଦ୍ରୀୟ ଗ୍ରାମୀଣ

ବିକାଶ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡ. ଚନ୍ଦ୍ରଶେଖର ପେମ୍ମାସାନି, ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କମଲେଶ

ପାସୱାନ, ମହାରାଷ୍ଟ୍ରର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ

ଶ୍ରୀ ଜୟକୁମାର ଗୋରେ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୋଗେଶ କଦମ, କେନ୍ଦ୍ରୀୟ

ଗ୍ରାମୀଣ ବିକାଶ ବିଭାଗର ସଚିବ ଶ୍ରୀ ରୋହିତ କଂସଲ, ଯୁଗ୍ମ ସଚିବ ଶ୍ରୀ

ଅମିତ କୁମାର ଶୁକ୍ଳା ଓ ଶ୍ରୀମତୀ ସ୍ୱାତୀ ଶର୍ମାଙ୍କ ସମେତ ଗ୍ରାମୀଣ ବିକାଶ ବିଭାଗର ଅନ୍ୟ

ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଆର୍ଥିକ ସେବା ବିଭାଗ, ନୀତି

ଆୟୋଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଜାତୀୟ

କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ଏବଂ ପେନସନ୍ ଫଣ୍ଡ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ର

ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ବିକଶିତ ଭାରତ ଓ ମହିଳା

ସଶକ୍ତିକରଣ

ବୈଠକକୁ ସମ୍ବୋଧିତ କରି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, “ବିକଶିତ ଭାରତ ନିର୍ମାଣ ପାଇଁ ମହିଳା ସଶକ୍ତିକରଣ ଏକ ପ୍ରାଥମିକ

ଆବଶ୍ୟକତା। ଆଜିର ବୈଠକ କେବଳ ଏକ ଔପଚାରିକତା ନଥିଲା, ବରଂ ଏହି ଦିଗରେ

ଆଗକୁ ବଢ଼ିବା ପାଇଁ ଏକ ଗମ୍ଭୀର ପ୍ରୟାସ ଥିଲା।”

ସେ କହିଥିଲେ ଯେ ଏହି ଦିଗରେ

ଗମ୍ଭୀର ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍କୁ ସାମ୍ନାରେ ରଖି

ଶ୍ରୀ ଚୌହାନ କହିଥିଲେ ଯେ ଏଥର ମଧ୍ୟ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଦେଶ ସମ୍ମୁଖରେ

ନିଜ ସଂକଳ୍ପ ପ୍ରକାଶ କରିଛନ୍ତି। ବର୍ତ୍ତମାନ ୩ କୋଟି ‘ଲଖପତି ଦିଦି’ ହୋଇସାରିଛନ୍ତି ଏବଂ ଏହି

ସଂଖ୍ୟାକୁ ୬ କୋଟିରେ ପହଞ୍ଚାଇବାକୁ ହେବ। ଲଖପତି ଦିଦି ଅର୍ଥାତ୍ ଦେଶର ଅର୍ଦ୍ଧାଙ୍ଗିନୀଙ୍କୁ

ସମ୍ପୂର୍ଣ୍ଣ ନ୍ୟାୟ ଦେବା। ଯେପର୍ଯ୍ୟନ୍ତ ଗ୍ରାମୀଣ ଦାରିଦ୍ର୍ୟ ଦୂର ହେବ ନାହିଁ, ସେପର୍ଯ୍ୟନ୍ତ ଭାରତ ଆଗକୁ ବଢ଼ିପାରିବ ନାହିଁ।

ବର୍ତ୍ତମାନ ୬ କୋଟିର ଲକ୍ଷ୍ୟ ରହିଛି।

ସେ କହିଥିଲେ ଯେ ବ୍ୟକ୍ତିଗତ

ସ୍ୱାର୍ଥଠାରୁ ରାଷ୍ଟ୍ରହିତକୁ ଊର୍ଦ୍ଧ୍ୱରେ ରଖିବା ଏବଂ କର୍ତ୍ତବ୍ୟକୁ ନିଜର ପରିଚୟ କରିବା

ଆବଶ୍ୟକ। ଆମେ ଯେଉଁ କାମ କରୁଛୁ, ତାହା

କେବଳ ଏକ ପେସା ନୁହେଁ କିମ୍ବା କେବଳ ଜୀବିକା ପାଇଁ ନୁହେଁ। ଆମର ଅଧିକାରୀ ବନ୍ଧୁ ହୁଅନ୍ତୁ

କିମ୍ବା ବ୍ୟାଙ୍କ ସହ ଜଡ଼ିତ ବନ୍ଧୁ, ଦେଶ ଓ ଲୋକଙ୍କ ସେବା କରିବାର

ଆମର ଏକ ପ୍ରତିବଦ୍ଧତା ରହିଛି। ସେହି ପ୍ରତିବଦ୍ଧତା ପୂରଣ କରିବା ପାଇଁ ଆମେ କାମ କରୁଛୁ।

ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ

ଜଣାଇ ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଭାବନାତ୍ମକ ଭାବେ ଜଡ଼ିତ ହୁଅନ୍ତୁ।

କେବଳ ନିଜ କର୍ତ୍ତବ୍ୟ ପୂରଣ କରିବା ନୁହେଁ, ନିଜ ଭଉଣୀମାନଙ୍କ ଜୀବନ ପରିବର୍ତ୍ତନ କରିବାର ଜିଦ୍, ଉତ୍ସାହ

ଓ ଉତ୍ସର୍ଗର ଭାବନା ହୃଦୟରେ ରହିବା ଆବଶ୍ୟକ। ଏଥିରେ ନିଜର ଅବଦାନକୁ କିପରି ସର୍ବୋତ୍ତମ

କରାଯାଇପାରିବ ଏବଂ ନିଜକୁ କିପରି ଆହୁରି ଭଲ କରାଯାଇପାରିବ, ସେ ଦିଗରେ

ପ୍ରୟାସ ହେଲେ ନିଶ୍ଚିତ ଭାବେ ଆମେ ଆହୁରି ଦ୍ରୁତ ଗତିରେ ଲକ୍ଷ୍ୟ ହାସଲ କରିପାରିବା।

କେନ୍ଦ୍ରମନ୍ତ୍ରୀ ଶ୍ରୀ

ଶିବରାଜ ସିଂହ କହିଥିଲେ ଯେ ୩ କୋଟି ‘ଲଖପତି ଦିଦି’ର ଲକ୍ଷ୍ୟ ତୁଳନାତ୍ମକ ଭାବେ ସହଜ ଥିଲା, କାରଣ ଅନେକ ଦିଦିଙ୍କ ଆୟ ପୂର୍ବରୁ ୬୦, ୭୦ କିମ୍ବା ୮୦ ହଜାର ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ୬ କୋଟିର ଲକ୍ଷ୍ୟ ପୂରଣ

କରିବାକୁ ହେଲେ ୪୦ ହଜାର, ୫୦ ହଜାର ଏବଂ ୩୦ ହଜାର ଟଙ୍କା ଆୟ କରୁଥିବା

ଦିଦିମାନଙ୍କୁ ମଧ୍ୟ ‘ଲଖପତି ଦିଦି’ କରିବାକୁ ପଡ଼ିବ।

ବ୍ୟାଙ୍କରମାନଙ୍କୁ ପ୍ରଶଂସା

କରି ସେ କହିଥିଲେ ଯେ ଏପର୍ଯ୍ୟନ୍ତ ଯାହା ହାସଲ କରାଯାଇଛି, ତାହା ପ୍ରକୃତରେ ଗର୍ବ କରିବାର ବିଷୟ। ପ୍ରାୟ ପ୍ରତ୍ୟେକ ବ୍ୟାଙ୍କ ନିଜ

ଧାର୍ଯ୍ୟ ଲକ୍ଷ୍ୟଠାରୁ ପ୍ରାୟ ଦେଢ଼ଗୁଣ ଏବଂ କେତେକ ବ୍ୟାଙ୍କ ଦୁଇଗୁଣା ଲକ୍ଷ୍ୟ ହାସଲ

କରିଛନ୍ତି। ଏଥିପାଇଁ ସେ ହୃଦୟରୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ସମ୍ପୂର୍ଣ୍ଣ

ଉତ୍ସାହର ସହ ଏହି ଅଭିଯାନରେ ଜଡ଼ିତ ରହିବାକୁ ଆହ୍ୱାନ ଦେଇଥିଲେ।

ପ୍ରତିବଦ୍ଧତାର ସମୟବଦ୍ଧ

ନିରୀକ୍ଷଣ

ଶ୍ରୀ ଶିବରାଜ ସିଂହ ଚୌହାନ

ନିର୍ଦ୍ଦେଶ ଦେଇଥିଲେ ଯେ ଆଜିର ବୈଠକରେ ନାବାର୍ଡ, ଆରବିଆଇ, ବ୍ୟାଙ୍କର ଏବଂ ଏସଆରଏଲଏମ ପକ୍ଷରୁ ଯେଉଁ

ପ୍ରତିବଦ୍ଧତା ପ୍ରକାଶ କରାଯାଇଛି, ତାହାକୁ ସମ୍ପୂର୍ଣ୍ଣ କ୍ଷମତାର ସହ

ପୂରଣ କରାଯିବା ଆବଶ୍ୟକ। ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ

କରିବାକୁ ସେ କହିଥିଲେ।

ସେ କହିଥିଲେ ଯେ ପ୍ରତି ୩

ମାସରେ ଥରେ ଭର୍ଚୁଆଲ୍ ମାଧ୍ୟମରେ ଏବଂ ପ୍ରତି ୬ ମାସରେ ଥରେ ସାକ୍ଷାତ ବୈଠକ କରାଯିବ। ବୈଠକରେ

ନିରନ୍ତରତା ରହିଲେ ନିର୍ଦ୍ଧାରିତ ସମୟସୀମାକୁ ମଧ୍ୟ ନିଶ୍ଚିତ ଭାବେ ପାଳନ କରାଯାଇପାରିବ।

ବ୍ୟାଙ୍କ ସ୍ତରରେ ପ୍ରଶିକ୍ଷଣ

ଓ ସମ୍ବେଦନଶୀଳତା

କେନ୍ଦ୍ରମନ୍ତ୍ରୀ ଶ୍ରୀ

ଚୌହାନ କହିଥିଲେ ଯେ ଦିଦିମାନଙ୍କୁ ସବୁଠାରୁ ଅଧିକ ସମସ୍ୟା ବ୍ୟାଙ୍କ ସ୍ତରରେ ହେଉଥିବା

ଦେଖାଯାଇଛି। ତେଣୁ ଏହି ସ୍ତରରେ ପ୍ରଶିକ୍ଷଣ ଦେବା ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କୁ

ସମ୍ବେଦନଶୀଳ କରିବା ଦିଗରେ ପ୍ରୟାସ କରିବାକୁ ହେବ।

ଏସଆରଏଲଏମର ନିୟମିତ ବୈଠକରେ

ବ୍ୟାଙ୍କଗୁଡ଼ିକ ମଧ୍ୟ ଗମ୍ଭୀରତାର ସହ ଅଂଶଗ୍ରହଣ କରିବା ଆବଶ୍ୟକ। ବିଶେଷକରି ଘରୋଇ

ବ୍ୟାଙ୍କରମାନେ ଅନେକ ସମୟରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି (ଡିଏଲସିସି) ବୈଠକରେ ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ

ଆସିଥିବା ସେ କହିଥିଲେ। ତେଣୁ ସେମାନେ ମଧ୍ୟ ଏହି ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ

ଗମ୍ଭୀରତାର ସହ ପ୍ରୟାସ କରିବା ଉଚିତ।

ଦାରିଦ୍ର୍ୟ ପ୍ରବଣ ଅଞ୍ଚଳ

ଉପରେ ବିଶେଷ ଗୁରୁତ୍ୱ

ଶ୍ରୀ ଶିବରାଜ ସିଂହ କହିଥିଲେ

ଯେ ଯେଉଁଠାରେ ଦାରିଦ୍ର୍ୟ ଅଧିକ, ସେଠାରେ

ଆମର ଅଧିକ ଧ୍ୟାନ ରହିବା ଆବଶ୍ୟକ। ଅନେକ ସମୟରେ ଯେଉଁଠାରେ ପୂର୍ବରୁ ସମୃଦ୍ଧି ରହିଛି, ସେଠାକୁ ଅଧିକ ଅର୍ଥ ଯାଇଥାଏ ଏବଂ ବ୍ୟାଙ୍କ ଶାଖାଗୁଡ଼ିକ ମଧ୍ୟ ସେଠାରେ ଶୀଘ୍ର ଋଣ ପ୍ରଦାନ

କରନ୍ତି। କିନ୍ତୁ ଯେଉଁଠାରେ ଅଧିକ ଆବଶ୍ୟକତା ରହିଛି, ସେଠାରେ ଆମର

ଫୋକସ୍ ରହିବା ଉଚିତ।

ସେ କହିଥିଲେ, ଚାଲ ଜଳାଇବା ଦୀପ ସେଠି, ଯେଉଁଠି ଏବେ ବି ଅନ୍ଧାର ରହିଛି। ତେଣୁ ଆମର ପ୍ରାଥମିକତା ଅଞ୍ଚଳଗୁଡ଼ିକ ନିଶ୍ଚିତ

ଭାବେ ଏହି ଦିଗରେ ହେବା ଉଚିତ।

ଆତ୍ମବତ୍ ସର୍ବଭୂତେଷୁ’

ଭାବନାରେ ଲକ୍ଷ୍ୟ ହାସଲ

ମନ୍ତ୍ରୀ ଶ୍ରୀ ଚୌହାନ

କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଭାବନାତ୍ମକ ଭାବେ ଜଡ଼ିତ ହୁଅନ୍ତୁ। ଭାରତୀୟ

ସଂସ୍କୃତିରେ ଆମେ ‘ଆତ୍ମବତ୍ ସର୍ବଭୂତେଷୁ’ରେ ବିଶ୍ୱାସ କରୁ। ଆମେ ସମସ୍ତେ ଏକ ଚେତନାର ଅଂଶ।

ତେଣୁ କେହି ଦୁଃଖୀ କାହିଁକି ରହିବେ? ତାଙ୍କ

ଦୁଃଖ ଆମର ଦୁଃଖ କାହିଁକି ହେବ ନାହିଁ?

‘ବସୁଧୈବ କୁଟୁମ୍ବକମ୍’,

‘ବିଶ୍ୱର କଲ୍ୟାଣ’ ଏବଂ ‘ସର୍ବେ ଭବନ୍ତୁ ସୁଖିନଃ’ ଆମ ସଂସ୍କୃତିର ମୂଳ ଭାବନା।

ଏହି ଭାବନାକୁ ଆତ୍ମସାତ୍ କରି ଆମେ ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ କଲେ କାର୍ଯ୍ୟରେ ପ୍ରକୃତ ଆନନ୍ଦ

ମିଳିବ। ଭଲ କାମ ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବଡ଼ ଲକ୍ଷ୍ୟ ହାସଲ ପାଇଁ

ରୋଡମ୍ୟାପ୍, ସମୟସୀମା ଏବଂ ସମୟସୀମା ମଧ୍ୟରେ ଲକ୍ଷ୍ୟ ପୂରଣର ନିରନ୍ତର

ପ୍ରୟାସ କରିବାକୁ କହିଥିଲେ।

କୌଣସି ଲକ୍ଷ୍ୟ ଅସମ୍ଭବ

ନୁହେଁ

କେନ୍ଦ୍ରମନ୍ତ୍ରୀ ଶ୍ରୀ

ଚୌହାନ ଭୋପାଳର ପ୍ରସିଦ୍ଧ ହିନ୍ଦୀ ଗଜଲ୍କାର ଦୁଷ୍ୟନ୍ତ କୁମାରଙ୍କ ପଙ୍କ୍ତି ଉଦ୍ଧୃତ କରି

କହିଥିଲେ, କିଏ କହେ ଆକାଶରେ ଛିଦ୍ର ହୋଇପାରିବ ନାହିଁ,

ଗୋଟିଏ ପଥର ତ ମନ ଦେଇ ଫିଙ୍ଗି ଦିଅ ବନ୍ଧୁ।”

ସେ କହିଥିଲେ ଯେ କୌଣସି

ଲକ୍ଷ୍ୟ ଅସମ୍ଭବ ନୁହେଁ। ଆମେ ଯଦି ପ୍ରୟାସ କରିବା, ତେବେ ମଣିଷ ଚାହିଁଲେ ବ୍ରହ୍ମାଣ୍ଡ ଉପରେ ମଧ୍ୟ ନିୟନ୍ତ୍ରଣ ସ୍ଥାପନ କରିପାରିବ। ଆମେ

ମଣିଷ ହୋଇ ହିଁ ବଡ଼ ବଡ଼ କାର୍ଯ୍ୟ ସମ୍ପାଦନ କରୁଛୁ। ତେଣୁ ଆମେ ସଂକଳ୍ପ ନେବା ଯେ, ଯେଉଁ ପ୍ରତିବଦ୍ଧତା ନେଇଛୁ, ତାହାକୁ ପୂରଣ କରିବା। ଯେଉଁ

ଲକ୍ଷ୍ୟ ଧାର୍ଯ୍ୟ କରିଛୁ, ତାହାକୁ ପୂରଣ କରିବା ଏବଂ

ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରି ଦେଖାଇବା।

୩.୫ କୋଟି ‘ଲଖପତି ଦିଦି’, ଲକ୍ଷ୍ୟ ୬ କୋଟି

ଡେ-ଏନଆରଏଲଏମ ଅଧୀନରେ

ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଗ୍ରାମୀଣ ମହିଳା ୯୨–୯୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ

ହୋଇଛନ୍ତି। ବ୍ୟାଙ୍କଗୁଡ଼ିକ ଏସଏଚଜିଗୁଡ଼ିକୁ ମୋଟ ୧୩.୬୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ

ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ

ଶିବରାଜ ସିଂହ କହିଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରାୟ ୩.୫ କୋଟି ‘ଲଖପତି ଦିଦି’ ହୋଇସାରିଛନ୍ତି ଏବଂ

ଏହି ସଂଖ୍ୟାକୁ ୬ କୋଟିରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଆଗାମୀ ୫ ବର୍ଷରେ ଏସଏଚଜିଗୁଡ଼ିକୁ ୧୦

ଲକ୍ଷ କୋଟି ଟଙ୍କା ଏବଂ ବ୍ୟକ୍ତିଗତ ଦିଦିମାନଙ୍କୁ ୧ ଲକ୍ଷ କୋଟି ଟଙ୍କାର ଋଣ ଉପଲବ୍ଧ କରାଇବା

ଲକ୍ଷ୍ୟ ରଖାଯାଇଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣ

୨.୦ ପାଇଁ କାର୍ଯ୍ୟଯୋଜନା

ଏହି ବୈଠକରେ ହୋଇଥିବା

ଆଲୋଚନାକୁ ଭବିଷ୍ୟତର ଆର୍ଥିକ ଅନ୍ତର୍ଭୁକ୍ତିକରଣ ୨.୦ ଭିଜନ୍ର କାର୍ଯ୍ୟଯୋଜନାରେ ସାମିଲ

କରାଯିବ। ଏହାର ମୁଖ୍ୟ ଗୁରୁତ୍ୱ ରହିବ ଏସଏଚଜିଗୁଡ଼ିକୁ ସମୟୋଚିତ ଓ ପର୍ଯ୍ୟାପ୍ତ ଋଣ ପ୍ରଦାନ, ମହିଳା ଉଦ୍ୟୋଗୀଙ୍କ ପାଇଁ ସମର୍ପିତ ଅର୍ଥପୋଷଣ

ବ୍ୟବସ୍ଥା ଏବଂ ଗ୍ରାମୀଣ ଭାରତରେ ଉଚ୍ଚମାନର ଆର୍ଥିକ ସେବାର ପହଞ୍ଚ ବୃଦ୍ଧି କରିବା ଉପରେ।

ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ

ଚୌହାନ ଆଶ୍ୱାସନ ଦେଇଥିଲେ ଯେ ଦିଦିମାନଙ୍କୁ ବ୍ୟାଙ୍କ ଋଣ ନେବାରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ହେଲ୍ପଲାଇନ୍, ପ୍ରକ୍ରିୟାରେ ସୁଧାର ଏବଂ ବ୍ୟାଙ୍କରମାନଙ୍କ ସହ ନିରନ୍ତର ସମନ୍ୱୟ ମାଧ୍ୟମରେ

ପ୍ରତ୍ୟେକ ପ୍ରତିବନ୍ଧକ ଦୂର କରାଯିବ।

ସେ କହିଥିଲେ ଯେ

ଦିଦିମାନଙ୍କୁ ବ୍ୟାଙ୍କ ଋଣ ପାଇବାରେ କୌଣସି ପ୍ରକାରର ଅସୁବିଧା ନହେବା ଆମର ପ୍ରୟାସ। ମହିଳା

ନେତୃତ୍ୱାଧୀନ ଗ୍ରାମୀଣ ବିକାଶ, ଆର୍ଥିକ

ଅନ୍ତର୍ଭୁକ୍ତିକରଣ ଏବଂ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଦିଗରେ ଏହି ବୈଠକ ଏକ

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande