ବଡଗାମ ଏନକାଉଣ୍ଟରରେ ଲସ୍କର-ଇ-ତୋଇବା ଆତଙ୍କବାଦୀ ମୁସା ନିହତ
ବଡଗାମ, ସେପ୍ଟେମ୍ବର 30 (ହି.ସ)। ଜାମ୍ମୁ-କାଶ୍ମୀରରେ, ମଙ୍ଗଳବାର-ବୁଧବାର ମଧ୍ୟରାତ୍ରିରେ ବଡଗାମ ଜିଲ୍ଲାର ଗୁରୁୱାତକାଲାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେ ସୁଲେମାନ ଶାହ ଓରଫ ମୁସା ବୋଲି ଚିହ୍ନ
सांकेतिक।


ବଡଗାମ, ସେପ୍ଟେମ୍ବର 30 (ହି.ସ)। ଜାମ୍ମୁ-କାଶ୍ମୀରରେ, ମଙ୍ଗଳବାର-ବୁଧବାର ମଧ୍ୟରାତ୍ରିରେ ବଡଗାମ ଜିଲ୍ଲାର ଗୁରୁୱାତକାଲାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେ ସୁଲେମାନ ଶାହ ଓରଫ ମୁସା ବୋଲି ଚିହ୍ନଟ କରାଯାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏକ ମିଳିତ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି।

କାଶ୍ମୀରର ଚିନାର କର୍ପ୍ସ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରିନଥିବା ବେଳେ ପୋଲିସ ଅଧିକାରୀମାନେ ତାଙ୍କୁ ସୁଲେମାନ ଶାହା ଓରଫ ମୁସା ବୋଲି ଚିହ୍ନଟ କରିଛନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande