ଅହମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ବସ୍ ଓ ଟ୍ରକ୍ ଧକ୍କା, ୫ ଜଣଙ୍କ ମୃତ୍ୟୁ
-ସୁରତରୁ ରାଜସ୍ଥାନ ଯାଉଥିଲା ସାଇ ଦର୍ଶନ ଟ୍ରାଭେଲ୍ସର ବସ୍, ଦୁର୍ଘଟଣାରେ ୫ ମୃତ ୫ ଆହତ ସୁରତ/ଆଣନ୍ଦ, ୩୦ ସେପ୍େଟମ୍ବର (ହି.ସ.)- ଅହମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ଆଣନ୍ଦ ଓ ନଡିଆଦ ମଧ୍ୟରେ ବୁଧବାର ଭୋରୁ ସାଇ ଦର୍ଶନ ଟ୍ରାଭେଲ୍ସର ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍
ଅହମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ବସ୍ ଓ ଟ୍ରକ୍ ଧକ୍କା, ୫ ଜଣଙ୍କ ମୃତ୍ୟୁ


-ସୁରତରୁ ରାଜସ୍ଥାନ ଯାଉଥିଲା ସାଇ ଦର୍ଶନ ଟ୍ରାଭେଲ୍ସର ବସ୍, ଦୁର୍ଘଟଣାରେ ୫ ମୃତ ୫ ଆହତ

ସୁରତ/ଆଣନ୍ଦ, ୩୦ ସେପ୍େଟମ୍ବର (ହି.ସ.)- ଅହମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ଆଣନ୍ଦ ଓ ନଡିଆଦ ମଧ୍ୟରେ ବୁଧବାର ଭୋରୁ ସାଇ ଦର୍ଶନ ଟ୍ରାଭେଲ୍ସର ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍ରେ ଥିବା ପାଂଚ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଆଉ ପାଂଚ ଜଣ ଆହତ ହୋଇଥିବା କୁହାଯାଉଛି। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ର ସାମ୍ନା ଅଂଶ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ହାହାକାର ଖେଳିଯାଇଥିଲା।

ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ସାଇ ଦର୍ଶନ ଟ୍ରାଭେଲ୍ସର ଘରୋଇ ଲଗ୍ଜୁରୀ ବସ୍ ସୁରତରୁ ରାଜସ୍ଥାନ ଯାଉଥିଲା। ବୁଧବାର ଭୋରୁ ପ୍ରାୟ ୩:୩୦ ରୁ ୪ଟା ମଧ୍ୟରେ ବସ୍ ଆଣନ୍ଦରୁ ନଡିଆଦ ଆଡକୁ ଯାଉଥିବା ସମୟରେ ଟ୍ରକ୍ ସହ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ହଠାତ୍ ହୋଇଥିବା ବିସ୍ଫୋରଣ ଭଳି ଶବ୍ଦରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଓ ଦୌଡ଼ାଦୌଡ଼ି ମଚିଯାଇଥିଲା ଏବଂ ଅନେକ ଲୋକ ବସ୍ ଭିତରେ ଫସିଯାଇଥିଲେ।

ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚିି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ଏବଂ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ମୃତକମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ସୁରତ ନିବାସୀ ଆହତ ଧନେଶ ଜାଦବ କହିଛନ୍ତି ଯେ ସେ ସୁରତରୁ ବସ୍ରେ ଚଢ଼ିଥିଲେ। ସେ କହିଛନ୍ତି ଯେ ସକାଳେ ହଠାତ୍ ଜୋରଦାର ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା। ସେହି ସମୟରେ ବସ୍ରେ ପ୍ରାୟ ସମସ୍ତ ଯାତ୍ରୀ ଶୋଇଥିଲେ। ଦୁର୍ଘଟଣା ପରେ ବସ୍ ଭିତରେ ଏବଂ ଚାରିପାଖରେ ଚିତ୍କାର ଓ ହାହାକାର ମଚିଯାଇଥିଲା।

---------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande