ସୁନା ବଜାରରେ 1.50 ଲକ୍ଷ ତଳକୁ ଖସିଲା ସୁନା ମୂଲ୍ୟ, ରୂପା ଅପରିବର୍ତ୍ତିତ
ନୂଆଦିଲ୍ଲୀ, ସେପ୍ଟେମ୍ବର 30 (ହି.ସ) : ଘରୋଇ ସରାଫା ବଜାରରେ ସୁନା ଦରରେ ହ୍ରାସର ଧାରା ଲଗାତାର ଜାରି ରହିଛି। ସେପ୍ଟେମ୍ବର ମାସର ଶେଷ ଦିନ ଆଜି ମଧ୍ୟ ପ୍ରାରମ୍ଭିକ କାରବାର ସମୟରେ ସୁନା ଦରରେ ଜୋରଦାର ହ୍ରାସର ଧାରା ଦେଖିବାକୁ ମିଳିଛି। ଦରରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜା
प्रतीकात्मक


ନୂଆଦିଲ୍ଲୀ, ସେପ୍ଟେମ୍ବର 30 (ହି.ସ) : ଘରୋଇ ସରାଫା ବଜାରରେ ସୁନା ଦରରେ ହ୍ରାସର ଧାରା ଲଗାତାର ଜାରି ରହିଛି। ସେପ୍ଟେମ୍ବର ମାସର ଶେଷ ଦିନ ଆଜି ମଧ୍ୟ ପ୍ରାରମ୍ଭିକ କାରବାର ସମୟରେ ସୁନା ଦରରେ ଜୋରଦାର ହ୍ରାସର ଧାରା ଦେଖିବାକୁ ମିଳିଛି। ଦରରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୧,୨୫୦ ଟଙ୍କାରୁ ୧,୩୭୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ତେବେ ଆଜି ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଦରରେ ହ୍ରାସ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୮,୭୯୦ ଟଙ୍କାରୁ ୧,୪୮,୯୪୦ ଟଙ୍କା ମଧ୍ୟରେ କାରବାର କରୁଛି। ସେହିପରି ୨୨ କ୍ୟାରେଟ୍ ସୁନା ଆଜି ୧୦ ଗ୍ରାମ ପିଛା ୧,୩୬,୩୯୦ ଟଙ୍କାରୁ ୧,୩୬,୫୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୂପା ଦରରେ କୌଣସି ପରିବର୍ତ୍ତନ ନ ହେବାରୁ ଏହି ଚମକଦାର ଧାତୁ ଆଜି ମଧ୍ୟ ଦିଲ୍ଲୀ ସରାଫା ବଜାରରେ କିଲୋଗ୍ରାମ ପିଛା ୨,୩୯,୯୦୦ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୮,୯୪୦ ଟଙ୍କାରେ କାରବାର କରୁଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ୧,୩୬,୫୪୦ ଟଙ୍କା ରହିଛି। ଅନ୍ୟପକ୍ଷରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୮,୭୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୬,୩୯୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ୧୦ ଗ୍ରାମ ପିଛା ୧,୪୮,୮୪୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୩୬,୪୪୦ ଟଙ୍କା ରହିଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande