
ନୂଆଦିଲ୍ଲୀ, ସେପ୍ଟେମ୍ବର 30 (ହି.ସ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭାରତ ମଣ୍ଡପମରେ କେନ୍ଦ୍ର ଲୋକସେବା ଆୟୋଗର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ସକାଳ 11ଟାରେ ସେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଲୋକସେବା ଆୟୋଗର ଶତବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ '100 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯାହା ଭାରତରେ କେନ୍ଦ୍ର ଲୋକସେବା ଆୟୋଗ ଏବଂ ରାଜ୍ୟ ଲୋକସେବା ଆୟୋଗଙ୍କ ନୀତିକୁ ରୂପ ଦେଇଛି' ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିବେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ବର୍ଷବ୍ୟାପୀ ଶତବାର୍ଷିକୀ ସମାରୋହର ପରିସମାପ୍ତିକୁ ଚିହ୍ନିତ କରିବ। 1926 ମସିହାରେ କେନ୍ଦ୍ର ଲୋକସେବା ଆୟୋଗ ଗଠନ କରାଯାଇଥିଲା। ପ୍ରତିଷ୍ଠାର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକ ଗତ ବର୍ଷ ଅକ୍ଟୋବର 1 ତାରିଖରେ ଆରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, କେନ୍ଦ୍ର ଲୋକସେବା ଆୟୋଗର ଅଧିକାରୀ ଏବଂ ସାରା ଦେଶରୁ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ଯୋଗଦେବେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା