ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ ଏବଂ ଆନନ୍ଦ ବିହାର ଷ୍ଟେସନରେ ପାନୀୟ ଜଳ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବିଶେଷ ଅଭିଯାନ
ନୂଆଦିଲ୍ଲୀ, ୩୦ ସେପ୍େଟମ୍ବର (ହି.ସ.)- ଉତର ରେଳବାଇର ଦିଲ୍ଲୀ ମଣ୍ଡଳ ରାଜଧାନୀର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ବିଶେଷ ଅଭିଯାନ ଚଳାଉଛି। ଏହି ଅଭିଯାନ ଅଧୀନରେ ନୂଆଦିଲ୍ଲୀ ରେଳ ଷ୍ଟେସନ, ଦିଲ୍ଲୀ ଜଙ୍କସନ ଏବଂ ଆନନ୍ଦ ବିହାର ଟର୍ମିନା
ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ ଏବଂ ଆନନ୍ଦ ବିହାର ଷ୍ଟେସନରେ ପାନୀୟ ଜଳ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବିଶେଷ ଅଭିଯାନ


ନୂଆଦିଲ୍ଲୀ, ୩୦ ସେପ୍େଟମ୍ବର (ହି.ସ.)- ଉତର ରେଳବାଇର ଦିଲ୍ଲୀ ମଣ୍ଡଳ ରାଜଧାନୀର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ବିଶେଷ ଅଭିଯାନ ଚଳାଉଛି। ଏହି ଅଭିଯାନ ଅଧୀନରେ ନୂଆଦିଲ୍ଲୀ ରେଳ ଷ୍ଟେସନ, ଦିଲ୍ଲୀ ଜଙ୍କସନ ଏବଂ ଆନନ୍ଦ ବିହାର ଟର୍ମିନାଲରେ ଜଳ ଯୋଗାଣ ପ୍ରଣାଳୀର ବ୍ୟାପକ ଉନ୍ନତିକରଣ, ଜଳ ଗୁଣବତା ନିରୀକ୍ଷଣ ଏବଂ ଜଳ ସଂରକ୍ଷଣ ଢାଂଚାର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହି ତିନୋଟି ଷ୍ଟେସନରେ ପ୍ରତିଦିନ ପ୍ରାୟ ୬.୫ ଲକ୍ଷ ଯାତ୍ରୀଙ୍କ ଯାତାୟାତ ହୋଇଥାଏ।

ଉତର ରେଳବାଇ ଅନୁସାରେ, ଭାରତୀୟ ରେଳବାଇ ଦ୍ୱାରା ଜଳ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ସୁରକ୍ଷା ପରିଚାଳନା ସମ୍ବନ୍ଧୀୟ ଜାରି ନିର୍ଦ୍ଦେଶ ଅନୁରୂପ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଅଭିଯାନର ଉଦ୍ଦେଶ୍ୟ କେବଳ ଶେଷ ସ୍ତରରେ ଜଳର ଗୁଣବତା ଯାଂଚ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଯାତ୍ରୀମାନଙ୍କୁ ନିରନ୍ତର ସ୍ୱଚ୍ଛ, ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପାନୀୟ ଜଳ ଯୋଗାଇବା ଅଟେ।

ଅଭିଯାନ ଅଧୀନରେ ଜଳ ସଂରକ୍ଷଣ ଟାଙ୍କ ଏବଂ ଫିଲଟ୍ରେସନ ଟାଙ୍କଗୁଡ଼ିକର ବ୍ୟାପକ ସଫେଇ କରାଯାଉଛି। ଏହା ସହିତ ଆବଶ୍ୟକ ଭିତିଭୂମି ଉନ୍ନତିକରଣ କାର୍ଯ୍ୟ ମଧ୍ୟ କରାଯାଉଛି। ରେଳବାଇ ନିଶ୍ଚିତ କରୁଛି ଯେ ସମସ୍ତ ଜଳ ସଂରକ୍ଷଣ ଟାଙ୍କରେ ଉପଯୁକ୍ତ ଢାଙ୍କଣା ଏବଂ ସୁରକ୍ଷିତ ବେଂଟ ଲଗାଯାଉ, ଯାହାଦ୍ୱାରା ବାହ୍ୟ ଉତ୍ସରୁ କୌଣସି ପ୍ରକାରର ପ୍ରଦୂଷଣ ଜଳ ଯୋଗାଣ ବ୍ୟବସ୍ଥାରେ ପ୍ରବେଶ କରିପାରିବ ନାହିଁ।

ଜଳ ବଂଟନ ନେଟୱର୍କର ନିୟମିତ ଯାଂଚ କରାଯାଉଛି ଯାହାଦ୍ୱାରା କୌଣସି ପ୍ରକାରର ଲିକେଜ୍କୁ ସମୟ ପୂର୍ବରୁ ଚିହ୍ନଟ କରାଯାଇପାରିବ। କ୍ଷତିଗ୍ରସ୍ତ ପାଇପ୍, ନଳ ଏବଂ ଭାଲ୍ଭଗୁଡ଼ିକର ମରାମତି ଅଥବା ପ୍ରତିସ୍ଥାପନ ମଧ୍ୟ କରାଯାଉଛି। ଏହାଦ୍ୱାରା ଜଳର ଅପଚୟ କମିବ ଏବଂ ଯୋଗାଣ ପ୍ରଣାଳୀର କାର୍ଯ୍ୟକ୍ଷମତା ବଢ଼ିବ।

ରେଳବାଇ ପାନୀୟ ଜଳ ଏବଂ ଅଣ-ପାନୀୟ ଜଳ ବ୍ୟବହାରର ପାଇପ୍ ଲାଇନଗୁଡ଼ିକ ମଧ୍ୟରେ ସମ୍ପୂର୍ଣ୍ଣ ପୃଥକୀକରଣ ସୁନିଶ୍ଚିତ କରିବାର ମଧ୍ୟ ବ୍ୟବସ୍ଥା କରିଛି। ଏହାର ଉଦ୍ଦେଶ୍ୟ କୌଣସି ପ୍ରକାରର ପାରସ୍ପରିକ ପ୍ରଦୂଷଣର ସମ୍ଭାବନାକୁ ଦୂର କରିବା।

---------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande