ଦିଲ୍ଲୀରେ ଲାଗୁ ହେବ ରିଅଲ ଟାଇମ ଟ୍ରାଫିକ ପରିଚାଳନା: ଗୋଟିଏ ନେଟୱାର୍କ-ସ୍ମାର୍ଟ ଟ୍ରାଫିକ୍ କୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
ଦିଲ୍ଲୀରେ ଇେଂଟଲିଜେଂଟ ଟ୍ରାଫିକ୍ ମ୍ୟାନେଜମେଂଟ ସିଷ୍ଟମ୍ ନିମନ୍ତେ ୧,୭୮୯.୫୨ କୋଟି ଟଙ୍କା ମଞ୍ଜୁରୀ ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ (ହି.ସ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ), ଦିଲ୍ଲୀ ପୁଲିସ ଦ୍ୱା
India Gate


ଦିଲ୍ଲୀରେ ଇେଂଟଲିଜେଂଟ ଟ୍ରାଫିକ୍ ମ୍ୟାନେଜମେଂଟ ସିଷ୍ଟମ୍ ନିମନ୍ତେ ୧,୭୮୯.୫୨ କୋଟି ଟଙ୍କା ମଞ୍ଜୁରୀ

ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ (ହି.ସ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ), ଦିଲ୍ଲୀ ପୁଲିସ ଦ୍ୱାରା ପ୍ରସ୍ତାବିତ ସ୍ୱତନ୍ତ୍ର ରିଅଲ ଟାଇମ୍ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ଲାଗି ସମୁଦାୟ ୧,୭୮୯.୫୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ବା ଆଇଟିଏମ୍ଏସ୍ ୪୨ ଟି ଚିହ୍ନଟ ହୋଇଥିବା ଟ୍ରାଫିକ୍ କରିଡରକୁ ସାମିଲ କରିବ। ସମୁଦାୟ ୨୪ ମାସ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣକୁ ମଧ୍ୟ ଟିକସ ସହ ଏହି ବ୍ୟୟ ଅଟକଳରେ ଅନ୍ତର୍ଭୁକ୍ତ କରାଯାଇଛି।

ଦେଶର ରାଜଧାନୀରେ ଟ୍ରାଫିକ୍ ପରିଚାଳନା, ପରିବହନ ଭିତିଭୂମି ଏବଂ ସହରୀ ଚଳାଚଳର ସୁଧାର ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ବ୍ୟାପକ ପ୍ରଚେଷ୍ଟାର ଅଂଶସ୍ୱରୂପ, ଆଇଟିଏମ୍ଏସ୍ ପ୍ରକଳ୍ପ ମାଧ୍ୟମରେ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରାଯିବା ସହ ପ୍ରମୁଖ ପ୍ରଯୁକ୍ତି-ଆଧାରିତ ପଦକ୍ଷେପ ନିଆଯିବ। ଏହି ପ୍ରକଳ୍ପ ରିଅଲ-ଟାଇମ୍ ଟ୍ରାଫିକ୍ ଡାଟା, ଆଡାପ୍ଟିଭ୍ ଟ୍ରାଫିକ୍ ସିଗନାଲ୍, ସ୍ୱୟଂଚାଳିତ ନିୟମ ପାଳନ ଏବଂ ସମନ୍ୱିତ କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ୍ ସିଷ୍ଟମ୍ ମାଧ୍ୟମରେ ଦିଲ୍ଲୀର ବିଦ୍ୟମାନ ସଡ଼କ ନେଟୱାର୍କକୁ ଅଧିକ ବୁଦ୍ଧିମତାପୂର୍ଣ୍ଣ ଭାବରେ ପରିଚାଳନା କରିବାରେ ସକ୍ଷମ କରିବ।

ଦିଲ୍ଲୀରେ ପ୍ରାୟ ୭୧ ଲକ୍ଷ ସକ୍ରିୟ ପଞ୍ଜୀକୃତ ଯାନବାହନ ରହିଛି। ସଡ଼କ ଭିତିଭୂମିର ପ୍ରସାର ତୁଳନାରେ ଯାନବାହନ ବୃଦ୍ଧି ଯଥେଷ୍ଟ ଅଧିକ ହୋଇଛି, ଯେତେବେଳେ କି ଟ୍ରାଫିକ୍ ନିୟନ୍ତ୍ରଣ ଏବେ ବି ନିର୍ଦ୍ଦିଷ୍ଟ ସିଗନାଲ୍ ସମୟ ଏବଂ ହାତପାହାନ୍ତା ନିୟନ୍ତ୍ରଣ ଉପରେ ଯଥେଷ୍ଟ ନିର୍ଭର କରୁଛି। ଆଇଟିଏମ୍ଏସ୍ ସଡ଼କର ପ୍ରକୃତ ସ୍ଥିତି ଅନୁଯାୟୀ ଟ୍ରାଫିକ୍ ପରିଚାଳନାକୁ ଗତିଶୀଳ କରି ଉପଲବ୍ଧ ସଡ଼କ କ୍ଷମତାର ଉତମ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।

ଲାଭ:

? ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍ ଏବଂ ସୁଗମ ଚଳାଚଳ: ଆଡାପ୍ଟିଭ୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମ୍ ପ୍ରଚଳିତ ଟ୍ରାଫିକ୍ ସ୍ଥିତି ଅନୁଯାୟୀ ସିଗନାଲ୍ ସମୟକୁ ନିୟନ୍ତ୍ରଣ କରିବ ଏବଂ ଚିହ୍ନଟ ହୋଇଥିବା କରିଡରଗୁଡ଼ିକରେ ସିଗନାଲ୍ ସମନ୍ୱୟ ରକ୍ଷା କରିବ; ଫଳରେ ଏଡ଼ାଯାଇପାରୁଥିବା ରହଣି ଏବଂ ବିଳମ୍ବ ସମୟକୁ ହ୍ରାସ କରିବାରେ ସହାୟକ ହେବ।

? ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ଯାନଗୁଡ଼ିକୁ ପ୍ରାଥମିକତା: ଏହି ବ୍ୟବସ୍ଥା ଜରୁରୀକାଳୀନ ଯାନଗୁଡ଼ିକ ପାଇଁ ଗ୍ରୀନ୍ କରିଡର ଏବଂ ପ୍ରାଥମିକ ଚଳାଚଳକୁ ସୁଗମ କରିବ, ଯାହା ଗହଳିପୂର୍ଣ୍ଣ ରାସ୍ତାରେ ଦ୍ରୁତ ଯାତାୟାତକୁ ସକ୍ଷମ କରିବ।

? ଗହଳି ଏବଂ ଦୁର୍ଘଟଣାର ତ୍ୱରିତ ସମାଧାନ: ଟ୍ରାଫିକ୍ ଜାମ୍, ଧୀର ଗତିର ଯାତାୟାତ ଏବଂ ସଡ଼କ ଦୁର୍ଘଟଣାର ରିଅଲ-ଟାଇମ୍ ଚିହ୍ନଟ କରାଯାଇ ଦିଲ୍ଲୀ ପୋଲିସ ଦ୍ୱାରା ଦ୍ରୁତ ରୁଟ୍ ପରିବର୍ତନ ଏବଂ କାର୍ଯ୍ୟାନୁଷ୍ଠାନକୁ ସକ୍ଷମ କରିବ।

? ଯାତ୍ରୀମାନଙ୍କ ପାଇଁ ସମୟୋପଯୋଗୀ ସୂଚନା: ଭେରିଏବଲ୍ ମେସେଜ୍ ସାଇନ୍ ବୋର୍ଡ ଏବଂ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ଟ୍ରାଫିକ୍ ଜାମ୍, ରୁଟ୍ ପରିବର୍ତନ, ପାର୍କିଂ ଉପଲବ୍ଧତା ଏବଂ ଟ୍ରାଫିକ୍ ସ୍ଥିତି ବିଷୟରେ ସୂଚନା ପ୍ରଦାନ କରିବ। ନେଭିଗେସନ୍ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସୂଚନା ପ୍ରଦାନ କରାଯାଇପାରେ, ଯାହା ଯାତ୍ରୀମାନଙ୍କୁ ଉତମ ଯାତ୍ରା ବିକଳ୍ପ ବାଛିବାରେ ସାହାଯ୍ୟ କରିବ।

? ଅଧିକ ନିରନ୍ତର ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ନିୟମ ପାଳନ: ଏହି ବ୍ୟବସ୍ଥା ରେଡ୍-ଲାଇଟ୍ ଏବଂ ଷ୍ଟପ୍-ଲାଇନ୍ ଉଲ୍ଲଂଘନ, ଦ୍ରୁତ ଗାଡ଼ି ଚାଳନା, ଓଲଟା ରାସ୍ତାରେ ଗାଡ଼ି ଚାଳନା, ହେଲମେଟ୍ ଏବଂ ସିଟ୍ ବେଲ୍ଟ ବ୍ୟବହାର ନକରିବା, ବେଆଇନ ପାର୍କିଂ ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ଭଳି ଉଲ୍ଲଂଘନର ସ୍ୱୟଂଚାଳିତ ଚିହ୍ନଟକୁ ସୁଦୃଢ଼ କରିବ। ଏଆଇ-ଆଧାରିତ ଆନାଲିଟିକ୍ସ ଚୋରି ହୋଇଥିବା, ହଟ୍-ଲିଷ୍ଟେଡ୍ ଏବଂ ବ୍ଲାକଲିଷ୍ଟେଡ୍ ଯାନ, ବାରମ୍ବାର ନିୟମ ଭାଙ୍ଗୁଥିବା ବ୍ୟକ୍ତି ଏବଂ ହିଟ୍-ଏଣ୍ଡ-ରନ୍ ଦୁର୍ଘଟଣା ସହିତ ଜଡ଼ିତ ଯାନଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ସମଗ୍ର ସହରରେ ସମନ୍ୱିତ ଟ୍ରାଫିକ୍ ପରିଚାଳନା: ସୁରକ୍ଷିତ ଡାଟା ସେଂଟର ଏବଂ ଡିଜାଷ୍ଟର ରିକଭରୀ ଭିତିଭୂମି ଦ୍ୱାରା ସମର୍ôଥତ ଟ୍ରାଫିକ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ମାଧ୍ୟମରେ ଟ୍ରାଫିକ୍ ନିୟନ୍ତ୍ରଣ, ନିୟମ ପାଳନ ଏବଂ ସୂଚନା ପ୍ରସାରଣକୁ ଏକ ସାଧାରଣ ପ୍ଲାଟଫର୍ମରେ ଏକାଠି କରାଯିବ। ଭବିଷ୍ୟତର ସଂଯୋଜନା ଏବଂ ସମ୍ପ୍ରସାରଣକୁ ସକ୍ଷମ କରିବା ପାଇଁ ଏହି ବ୍ୟବସ୍ଥା ଓପନ୍ ଷ୍ଟାଣ୍ଡାର୍ଡ ଏବଂ ଏପିଆଇ ଗୁଡ଼ିକୁ ଅନୁସରଣ କରିବ।

ଏହି ପ୍ରକଳ୍ପ ୧,୦୯୨ ଟି ଆଡାପ୍ଟିଭ୍ ଟ୍ରାଫିକ୍ କେଂଟ୍ରାଲ୍ ସିଷ୍ଟମ୍ ଏବଂ ୧,୦୨୯ ଟି ନିୟମ ପାଳନ ସ୍ଥାନକୁ ସାମିଲ କରିବ। କାର୍ଯ୍ୟାନ୍ୱୟନ କାର୍ଯ୍ୟଦକ୍ଷତା-ଆଧାରିତ ହେବ, ଯେଉଁଥିରେ ପୂର୍ବ ପର୍ଯ୍ୟାୟର ନିର୍ଦ୍ଧାରିତ ପରୀକ୍ଷଣ, କମିଶନିଂ, ଗ୍ରହଣଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତା ମାପଦଣ୍ଡର ମୂଲ୍ୟାୟନ ପରେ ପ୍ରତ୍ୟେକ ପରବର୍ତୀ ପର୍ଯ୍ୟାୟ ହାତକୁ ନିଆଯିବ।

ଦିଲ୍ଲୀ ପୋଲିସ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ମନୋନୀତ ମାଷ୍ଟର ସିଷ୍ଟମ୍ ଇଣ୍ଟିଗ୍ରେଟର ମାଧ୍ୟମରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ସି-ଡାକ୍ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ଭାବରେ ବୈଷୟିକ ସହାୟତା ପ୍ରଦାନ କରିବ, ଯେଉଁଥିରେ କାର୍ଯ୍ୟାନ୍ୱୟନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମୟରେ ବୈଷୟିକ ଅନୁଧ୍ୟାନ, ନିରୀକ୍ଷଣ, ସତ୍ୟାପନ ଏବଂ ଗ୍ରହଣଯୋଗ୍ୟତା ଅନ୍ତର୍ଭୁକ୍ତ।

ଏବେକାର ସଡ଼କ ନେଟୱାର୍କକୁ ଅଧିକ କାର୍ଯ୍ୟକ୍ଷମ ଭାବରେ ବ୍ୟବହାର କରିବା ପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ଏବଂ ରିଅଲ-ଟାଇମ୍ ବୁଦ୍ଧିମତା ପ୍ରଦାନ କରି ଆଇଟିଏମ୍ଏସ୍ ଦିଲ୍ଲୀର ସଡ଼କ ଏବଂ ପରିବହନ ଭିତିଭୂମିର ସୁଧାର ପାଇଁ ଚାଲିଥିବା ପ୍ରଚେଷ୍ଟାକୁ ପରିପୂରକ କରିବ। ଏହି ପ୍ରକଳ୍ପ ଅଧିକ ସୁଗମ ଟ୍ରାଫିକ୍ ଚଳାଚଳ, ସୁରକ୍ଷିତ ରାସ୍ତା, ଦୁର୍ଘଟଣା ସମାଧାନ, ଅଧିକ ପ୍ରଭାବଶାଳୀ ନିୟମ ପାଳନ ଏବଂ ନାଗରିକମାନଙ୍କ ପାଇଁ ଭଲ ଯାତ୍ରା ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande