ହର୍ମୁଜରେ ଆମେରିକାର ସମର୍ଥନରେ ସେନା ମୁତୟନ ଉପରେ ବିଚାର କରୁଛି ଦକ୍ଷିଣ କୋରିଆ
ସିଓଲ (ଦକ୍ଷିଣ କୋରିଆ), ୦୪ ସେପ୍େଟମ୍ବର (ହି.ସ.)- ଦକ୍ଷିଣ କୋରିଆ ହର୍ମୁଜ ଜଳସନ୍ଧି ଦେଇ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବାରେ ଆମେରିକାକୁ ସାହାଯ୍ୟ କରିବା ପାଇଁ ସେଠାରେ ସାମରିକ କର୍ମଚାରୀ ମୁତୟନ କରିବା ଉପରେ ବିଚାର କରୁଛି। ଦ କୋରିଆ ହେରାଲ୍ଡ ଶୁକ୍ରବାର ରାଷ୍ଟ୍ରପତି କାର୍ଯ୍ୟାଳୟ ଚେଓଙ୍
ହର୍ମୁଜରେ ଆମେରିକାର ସମର୍ଥନରେ ସେନା ମୁତୟନ ଉପରେ ବିଚାର କରୁଛି ଦକ୍ଷିଣ କୋରିଆ


ସିଓଲ (ଦକ୍ଷିଣ କୋରିଆ), ୦୪ ସେପ୍େଟମ୍ବର (ହି.ସ.)- ଦକ୍ଷିଣ କୋରିଆ ହର୍ମୁଜ ଜଳସନ୍ଧି ଦେଇ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବାରେ ଆମେରିକାକୁ ସାହାଯ୍ୟ କରିବା ପାଇଁ ସେଠାରେ ସାମରିକ କର୍ମଚାରୀ ମୁତୟନ କରିବା ଉପରେ ବିଚାର କରୁଛି।

ଦ କୋରିଆ ହେରାଲ୍ଡ ଶୁକ୍ରବାର ରାଷ୍ଟ୍ରପତି କାର୍ଯ୍ୟାଳୟ ଚେଓଙ୍ଗ ୱା ଡେର ଜଣେ ବରିଷ୍ଠ ଅଧିକାରୀଙ୍କ ଉଦ୍ଧୃତି ଦେଇ ପ୍ରକାଶ କରିଥିବା ରିପୋର୍ଟରେ ଏହି ସୂଚନା ଦେଇଛି। ରିପୋର୍ଟରେ ଏହି ଅଧିକାରୀଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ଏହି ଅଧିକାରୀ କହିଛନ୍ତି ଯେ କୋରିଆ ଉପଦ୍ୱୀପରେ ପ୍ରତିରକ୍ଷା ପ୍ରସ୍ତୁତିର ସ୍ଥିତି ଏବଂ ଘରୋଇ ଆଇନଗତ ଆବଶ୍ୟକତା ଆଧାରରେ ଏହା ନିର୍ଦ୍ଧାରଣ କରାଯିବ। ତେବେ, ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ।

ଏହି ବୟାନ ସ୍ଥାନୀୟ ପ୍ରସାରକ ଜେଟିବିସିର ଗୁରୁବାରର ସେହି ରିପୋର୍ଟ ପରେ ଆସିଛି, ଯେଉଁଥିରେ କୁହାଯାଇଥିଲା ଯେ ସରକାର ହର୍ମୁଜ ଜଳସନ୍ଧିରେ ସୈନିକ ମୁତୟନ ଉପରେ ବିଚାର କରୁଛି ଏବଂ ନ୍ୟାସନାଲ ଆସେମ୍ବଲିରେ ମୁତୟନର ଅନୁମୋଦନ ପ୍ରସ୍ତାବ ଉପସ୍ଥାପନ କରିବାରେ ଅଧିକ ସମୟ ଲାଗିବ ନାହିଁ।

ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଭବନର ଅଧିକାରୀ କହିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପର ନିଷ୍ପତି ନେଇନାହାନ୍ତି। ସେ ସିଓଲର ଏହି ଆଭିମୁଖ୍ୟକୁ ପୁନର୍ବାର କହିଛନ୍ତି ଯେ ହର୍ମୁଜ ଜଳସନ୍ଧି ଦେଇ ସୁରକ୍ଷିତ ସାମୁଦ୍ରିକ ପଥ ସୁନିଶ୍ଚିତ କରିବାରେ ସେ ଠୋସ ଏବଂ ସାମରିକ ଅବଦାନ ଦେବ। ଅଧିକାରୀ କହିଛନ୍ତି, ଏବେ କିଛି ମଧ୍ୟ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଆମେ ସମସ୍ତ ବିକଳ୍ପ ଉପରେ ବିଚାର କରୁଛୁ।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande