ନେପାଳରେ ୨୭୫ ଭାରତୀୟ ଏବେ ବି ନିଖୋଜ, ଭାରତ ପୁନର୍ବାସ ପ୍ରୟାସରେ ସହଯୋଗ ପାଇଁ ପ୍ରତିବଦ୍ଧ
ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ନେପାଳରେ ଘଟିଥିବା ଦୁର୍ଘଟଣା ପରେ ଭାରତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିରନ୍ତର ସହଯୋଗ କରୁଛି। ଏବେ ବି ୨୭୫ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪୯ ଜଣ ଚୀନରୁ ନିଖୋଜ ଅଛନ୍ତି। ଭାରତ ନେପାଳ ସରକାର ଏବଂ ଜନସାଧାରଣଙ୍କ ପ୍ରତି ଏକତା ପ୍ର
ନେପାଳରେ ୨୭୫ ଭାରତୀୟ ଏବେ ବି ନିଖୋଜ, ଭାରତ ପୁନର୍ବାସ ପ୍ରୟାସରେ ସହଯୋଗ ପାଇଁ ପ୍ରତିବଦ୍ଧ


ନୂଆଦିଲ୍ଲୀ, ୦୪ ସେପ୍େଟମ୍ବର (ହି.ସ.)- ନେପାଳରେ ଘଟିଥିବା ଦୁର୍ଘଟଣା ପରେ ଭାରତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିରନ୍ତର ସହଯୋଗ କରୁଛି। ଏବେ ବି ୨୭୫ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪୯ ଜଣ ଚୀନରୁ ନିଖୋଜ ଅଛନ୍ତି। ଭାରତ ନେପାଳ ସରକାର ଏବଂ ଜନସାଧାରଣଙ୍କ ପ୍ରତି ଏକତା ପ୍ରକାଶ କରି ପୁନର୍ନିର୍ମାଣ ଏବଂ ପୁନର୍ବାସ ପ୍ରୟାସରେ ମଧ୍ୟ ସହଯୋଗ ଜାରି ରଖିବାର ପ୍ରତିବଦ୍ଧତା ଦୋହରାଇଛି।

ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଶୁକ୍ରବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନେପାଳରେ ଏପର୍ଯ୍ୟନ୍ତ ୧୬୬ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିପରି, ଚୀନରୁ ୧,୯୦୭ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ନେପାଳରେ ପହଂଚିସାରିଛନ୍ତି। ତିବ୍ୱତରେ ବର୍ତମାନ କୌଣସି ଭାରତୀୟ ଯାତ୍ରୀ ଫସି ନାହାନ୍ତି।

ଭାରତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୫୪ ଜଣ ବିଶେଷଜ୍ଞ ଏବଂ କର୍ମଚାରୀଙ୍କୁ ନେପାଳ ପଠାଇଛି। ଏମାନଙ୍କ ମଧ୍ୟରେ ୩୦ ଜଣ ସୁରଙ୍ଗ ଉଦ୍ଧାର ବିଶେଷଜ୍ଞ, ୧୯ ଜଣ ଫୋରେନସିକ ବିଶେଷଜ୍ଞ ଏବଂ ପାଂଚ ସଦସ୍ୟ ବିଶିଷ୍ଟ ଚିକିତ୍ସା ଦଳ ସାମିଲ ଅଛନ୍ତି। ଭାରତୀୟ ଉଦ୍ଧାର ଏବଂ ଫୋରେନସିକ ଦଳ ନେପାଳରେ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛନ୍ତି।

ପ୍ରବକ୍ତା କହିଛନ୍ତି ଯେ ଭାରତ ନେପାଳର ରିଲିଫ ଏବଂ ଉଦ୍ଧାର ଅଭିଯାନରେ ଏପର୍ଯ୍ୟନ୍ତ ପ୍ରାୟ ୯୫ ଟନ୍ ରିଲିଫ ସାମଗ୍ରୀ ଏବଂ ସାତଟି ବିମାନ ପଠାଇଛି। କାଲି ଦୁଇଟି ଭାରତୀୟ ବିମାନ କାଠମାଣ୍ଡୁରେ ପହଂଚିଥିଲା, ଯେଉଁଥିରେ ୨୧ ଟନ୍ ରିଲିଫ ସାମଗ୍ରୀ ଥିଲା। ନେପାଳର ଆବଶ୍ୟକତା ଅନୁଯାୟୀ ଆସନ୍ତା ଦିନଗୁଡ଼ିକରେ ଆହୁରି ଅଧିକ ପ୍ରାଥମିକ ଚିକିତ୍ସା କିଟ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯିବ।

ଜଳବାୟୁ ପରିବର୍ତନ ସହ ଜଡ଼ିତ ଏକ ପ୍ରଶ୍ନ ଉପରେ ଜୟସୱାଲ କହିଛନ୍ତି ଯେ ଭାରତ ଏହାକୁ ସାମୂହିକ ଆହ୍ୱାନ ବୋଲି ମାନେ। ସେ କହିଛନ୍ତି ଯେ ଏହି ଆହ୍ୱାନର ମୁକାବିଲା ପାଇଁ କାର୍ଯ୍ୟାନୁଷ୍ଠାନ ସାଧାରଣ କିନ୍ତୁ ଭିନ୍ନ ଭିନ୍ନ ଦାୟିତ୍ୱ ଏବଂ ସମ୍ପୃକ୍ତ କ୍ଷମତାର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଉଚିତ। ତାଙ୍କ ଅନୁସାରେ ଐତିହାସିକ ଭାବେ ଅଧିକ ଉତ୍ସର୍ଜନ ପାଇଁ ଦାୟୀ ବିକଶିତ ଦେଶଗୁଡ଼ିକ ଉତ୍ସର୍ଜନ କମାଇବା ସହ ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥ ଏବଂ ପ୍ରଯୁକ୍ତି ଉପଲବ୍ଧ କରାଇବାରେ ନେତୃତ୍ୱ ନେବା ଉଚିତ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande